jayashree

“ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର” ପକ୍ଷରୁ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆମ ପୃଥିବୀର ସୁରକ୍ଷା କରିବା ଏବଂ ଏହାକୁ ମାନବ ଜାତିର କଲ୍ୟାଣ ଓ ବିକାଶ ପାଇଁ ଉପଯୋଗୀ କରିବାର ଉପାୟ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର” ତରଫରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ପରିସରରେ “ଧରିତ୍ରୀ ମା’ର ସୁରକ୍ଷା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ” ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଡ଼ିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ସାଉରିଆ ପଞ୍ଚାୟତ ପିଇଓ ନ୍ୟାୟବ୍ରତ ବେହେରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଦୁଃଶାସନ ବେହେରା, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ, ସମାଜସେବୀ ତଥା ଶିକ୍ଷାବିତ ଲକ୍ଷ୍ମଣ ସାହୁ, ରାଜକିଶୋର ମାର୍ଥା ପ୍ରମୁଖଙ୍କ ଦ୍ୱାରା ଅଁଳା, ବେଲ ଓ କଦମ୍ବ ବୃକ୍ଷ ରୋପଣର ଶୁଭାରମ୍ଭ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଧାଉଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.