
ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଓ ସେମ୍ଫୋର୍ଡ ସ୍କୁଲର ମିଳିତ ସହଯୋଗ କ୍ରମେ ପରିବେଶ ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥୀ ଭାବରେ ପ୍ରତାପ କୁମାର ଜେନା, ମୁଖ୍ୟ ଅତିଥୀ ଭାବରେ ଶ୍ରୀମତୀ ନୀଳମ୍ ରଥ ଓ ଅତିଥୀ ଭାବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ସଭ୍ୟ ଗିରିଜା ରଥ,ମଞ୍ଚାସୀନ ଥିଲେ । ବକ୍ତା ଭାବରେ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପୁରୋହିତ ଗଛ ହିଁ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଅତିଥୀ ମାନେ ଗଣେଶ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରିଥିଲେ । ଏକ ଭକ୍ତି ଜଣାଣ ଗାନ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ରାମ ଶଙ୍କର ଶତପଥୀ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଅଭିଜିତ ପାଣିଗ୍ରାହୀ । କବି ବଳିଷ୍ଠ ପଧାନ ।ଙ୍କ ‘ପ୍ରୀତି ଚନ୍ଦ୍ରିକା’ ଏକ ଗୀତିକବିତା ସଂକଳନ ଉନ୍ମୋଚନ ହୋଇଥିଲା । ରଶ୍ମି ପାତ୍ର ଏହାର ସମୀକ୍ଷା କରିଥିଲେ ଏବଂ ପରିବେଶ ସୁରକ୍ଷା ଉପରେ କବିତା ପଠନ କରିବା ସହ ନିଜସ୍ଵ ମତ ରଖିଥିଲେ । ଛାତ୍ରଛାତ୍ରୀଙ୍କ ତରଫରୁ କବିତା ପାଠୋତ୍ସବ ହୋଇ ସେମାନଙ୍କୁ ପରିଷଦ ମାନପତ୍ର ପ୍ରଦାନ କରାଯାଇଥିଲା । ସିଦ୍ଧେଶ ସାମନ୍ତରାୟ, ସିଦ୍ଧେଶ ପୁରୋହିତ, ସୁପ୍ରତୀକ ପଣ୍ଡା, ସତ୍ୟବ୍ରତ ପଣ୍ଡା, ନିଆରା ତ୍ରିପାଠୀ, ଦୃଷ୍ଟି ଅଗ୍ରୱାଲା, ପ୍ରୟାଗ ମିଥଲ, ଆୟୁଷ୍ମାନ ସାହୁ, ଓଜସ ମେହେର, ସ୍ୱସ୍ତିକ ସାହୁ, ସନୟ ସିଂହ, ଆରଭ ଶର୍ମା, ମସିହା ଶାସ୍ତ୍ରୀ, ସୁଦର୍ଶନ ମଲ୍ଲିକ, ତନୟ ଦୋରା, ଦିବ୍ୟାଂଶୁ ବ୍ରହ୍ମା, ସ୍ୱାୟଂଶି ସା, ପ୍ରତିକ୍ଷା ମହାକୁର, ସ୍ୱରୀତ ମହାପାତ୍ର, ସୋନମ୍ ସାହୁ, ହରିପ୍ରିୟା ପ୍ରଧାନ, ଉଦ୍ଦୀପ୍ତି ସାହୁ, ଆଦିତ୍ୟ ଅଗ୍ରୱାଲା, ଅବନ୍ତିକା ବାଗ, ଶୋଭିନ ରଥ, ଅନୁପମ ମିଶ୍ର, ପିୟ ଦର୍ଶିନୀ ମିଶ୍ର, ଅଭିଜିତ ପାଣିଗ୍ରାହୀ କବିତା ପାଠ କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ଶ୍ରୀମତୀ ଚୁମକୀ ଦାଶ । ସଭାକୁ ସହଯୋଗ କରିଥିଲେ ବିଭୁତି ଭୂଷଣ ମିଶ୍ର (ଅଖିଳ ଭାରତୀୟ ସାହିତ୍ୟ ପରିଷଦସଭ୍ୟ) ଓ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ । ଏକ ମନୋଜ୍ଞ ପରିବେଶ ରେ ସଭା ସାଙ୍ଗ ହୋଇଥିଲା ।