jayashree

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ୍ ଅନ୍ତର୍ଗତ ମହୁଲବାହାଲି ରୋଡ଼ କ୍ଲଷ୍ଟରର ଶିଶୁ ମହୋତ୍ସବ ସୁରଭି ସରକାରୀ ପ୍ରାଥମିକ ବିଦ୍ୟାଳୟ ରାଉତମୁଣ୍ଡା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁରୁପ୍ରସାଦ ଛତ୍ରିଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଝରଣୀ ଗ୍ରାମ ପଞ୍ଚାୟତର ସରପଞ୍ଚ ରଘୁବୀର ମେହେର ମୁଖ୍ୟ ଅତିଥି,ରାଉତମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବିଲାଲ ତାଣ୍ଡି, ପୂର୍ବତନ ସଭାପତି ଘନଶ୍ୟାମ ମିଶ୍ର, ଦାବ୍ରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବରିହା, ଶିକ୍ଷକ ହୃଷିକେଶ ନାଗ, ସପ୍ତମ କିଶୋର ବେହେରା, ଶିବାନନ୍ଦ ମାଝୀ, ଶୁଭଶଙ୍କର ଗିରି, ପ୍ରବୀଣ ବାଦୀ, ପ୍ରବୀଣ ତାଣ୍ଡି, ମାନସ ଦାସ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ଧୂପଦୀପ ଦେଇ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଗୀତ, ଚିତ୍ରକଳା ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଅର୍ଜୁନ ଧରୁଆ ମଞ୍ଚ ପରିଚାଳନା କରିଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଶିକ୍ଷାଧିକାରୀ ଜଗବନ୍ଧୁ ମାଝୀ ଯୋଗ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଶ୍ରୀକାନ୍ତ ବାଗ, ଗୋବିନ୍ଦ ଷଡଙ୍ଗୀ, ବିଶ୍ୱରଞ୍ଜନ ମେହେର, ସୁମି ବଢେଇ, ଜ୍ୟୋତିଷ ଜୋ, ସେବତୀ ମାର୍ହି, ରାହୁଲ ମିଶ୍ର, ରାମଚନ୍ଦ୍ର ଗୁଇଁ, ସଙ୍ଗିତା ପଧାନ, ଶୁଭଶ୍ରୀ ପ୍ରଧାନ, ପ୍ରଶାନ୍ତ ସେଠୀ, ଗୀତାଞ୍ଜଳି ପଧାନ, ଧୀରନ୍ଦ୍ର ଠାକୁର, ନାରାୟଣ ବିଭାର, ପ୍ରମୋଦ ଦଳାଇ, ନିଧି କଶ୍ୟପ, ରାଜେନ୍ଦ୍ର ଦୋରା, ପ୍ରତାପ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଡିକା ସହଯୋଗ କରିଥିଲେ ।

Leave A Reply

Your email address will not be published.