jayashree

ଗଇନ୍ଦିମାଲରେ କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରକେଲା ବ୍ଲକ ଗଇନ୍ଦିମାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଗଇନ୍ଦିମାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗମୋହନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ଫକୀରଚରଣ ବିଶି, ସମ୍ମାନିତ ଅତିଥି ଲକ୍ଷ୍ମୀଧର ପଟେଲ, ପ୍ରଧାନ ଶିକ୍ଷକ ସଞ୍ଜୟ ନିଆଲ, ସଭାପତି ରଶ୍ମିତା, ଉପସଭାପତି ମରକାନ୍ତ ବେହେରା ଏବଂ ଆଞ୍ଚଳିକ ସାଧାନା କେନ୍ଦ୍ର ସଂଯୋଜକ ଜଗମୋହନ ସେଠି ମଞ୍ଚରେ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ୧୨ ଗୋଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ସତ୍ୟ ରଣା ମଞ୍ଚ ପରିଚାଳନା କରିଥିଲେ । ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅମରକାନ୍ତ ବେହେରା, ନୀଳିମା ଗଡତିଆ ଓ କୃପା ମିର୍ଦ୍ଧା ବିଚାରକ ଭାବରେ ଫଳାଫଳ ଘୋଷଣା କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ଆନନ୍ଦ ଉଲ୍ଲାସର ସହିତ ସମାପନ କରାଯାଇଥିଲା ।

Leave A Reply

Your email address will not be published.