pakka

ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପାଇଁ ସାଲୁଜାଙ୍କ ସୁପାରିଶ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧କୁ ବଲାଙ୍ଗିର ଦିନ୍‌ ଭାବେ ସରକାରୀ ମାନ୍ୟତା ଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ ସୁପାରିଶ କରିଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲାର ଇତିହାସ, କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଦିନ୍‌ ପାଳନକୁ ସରକାରୀ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦେବାକୁ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟୀତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କୁ ସୁପାରିଶ ପତ୍ର ପ୍ରଦାନ କରିଛନ୍ତି । ଡିସେମ୍ବର ୧ ତାରିଖ ୧୯୪୮ମସିହାରେ କଳାହାଣ୍ଡି, ପାଟଣା ଓ ସୋନପୁର ଗଡଜାତ ରାଜ୍ୟ ଓଡିଶାରେ ମିଶ୍ରଣ ହୋଇଥିଲେ ମଧ୍ୟ ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ ୭ଟି ଅଧିକ ରାଜସ୍ୱ ଜିଲ୍ଲା ଗଠନ କରାଯାଇ ଓଡିଶାରେ ଆନୁଷ୍ଠାନିକ ଭାବେ ମିଶ୍ରଣ କରାଯାଇଥିଲା ଏବଂ ଓଡିଶାର ଜିଲ୍ଲା ସଂଖ୍ୟା ୬ରୁ ୧୩କୁ ବୃଦ୍ଧି କରାଯାଇଥିଲା । ତେଣୁ ନଭେମ୍ବର ୧ ବଲାଙ୍ଗିର ଦିନ୍‌କୁ ସରକାରୀ ସ୍ତରରେ ସାହାଯ୍ୟ ସମର୍ଥନ ଯୋଗାଇ ଦେବାକୁ ସାଲୁଜା ଦାବୀ କରିଛନ୍ତି । ସାଲୁଜାଙ୍କ ଏଭଳି ସୁପାରିଶକୁ ବଲାଙ୍ଗିର ଦିନ୍‌ ଆୟୋଜନ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.

13 − 12 =