pakka

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟିବୋର୍ଡ ବୈଠକ

bbehera
  • ପିଏମ କେୟାର୍ସକୁ ସହୃଦୟତାର ସହ ଦାନ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ପ୍ରଶଂସା
  • ପିଏମ କେୟାର୍ସ ଆପାତକାଳୀନ ଓ ଦୂରାବସ୍ଥା ସମୟରେ କେବଳ ସହାୟକ ହୁଏ ନାହିଁ ବରଂ ରିଲିଫ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଓ ପୁନନିର୍ମାଣ ପ୍ରତି ମଧ୍ୟ ଧ୍ୟାନ ଦେଇଥାଏ
  • ମାନ୍ୟବର ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କେ ଟି ଥୋମାସ, ପୂର୍ବତନ ଲୋକସଭା ଉପବାଚସ୍ପତି କାରିଆ ମୁଣ୍ଡା ଓ ରତନ ଟାଟା ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ଭାବେ ଯୋଗ ଦେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ (୨୦-୦୯-୨୦୨୨) ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ପିଏମ କେୟାର୍ସ ପାଣ୍ଠି ଓ ୪୩୪୫ ଜଣ ଶିଶୁଙ୍କୁ ସହାୟତା ପ୍ରଦାନ କରିଥିବା ପିଏମ କେୟାର୍ସ ଶିଶୁ ଯୋଜନା ନେଇ ମଧ୍ୟ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ବିବରଣୀ ପ୍ରଦାନ କରାଯାଇଥିଲା । ଦେଶର ଜଟିଳ ପରିସ୍ଥିତି କାଳରେ ପାଣ୍ଠି ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ନେଇ ଟ୍ରଷ୍ଟ ସଦସ୍ୟଗଣ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀ ଆକୁଣ୍ଠ ଚିତ୍ତରେ ପିଏମ କେୟାର୍ସ ପାଣ୍ଠିକୁ ଦାନ କରୁଥିବାରୁ ସେମାନଙ୍କ ପ୍ରଶଂସା କରିଥିଲେ ।
ପିଏମ କେୟାର୍ସ ପାଣ୍ଠି କେବଳ ରିଲିଫ ସହାୟତା ଜରିଆରେ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ସାହାଯ୍ୟ କରୁନାହିଁ ବରଂ ଏହାର ଏକ ବ୍ୟାପକ ଦୃଷ୍ଟିକୋଣ ସ୍ୱରୂପ ଏହା ବିପର୍ଯ୍ୟୟ ପ୍ରଶମନ ଓ ସାମର୍ଥ୍ୟ ବିକାଶ ପଦକ୍ଷେପମାନ ମଧ୍ୟ କିପରି ଗ୍ରହଣ କରିଛି ସେ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା । ପିଏମ କେୟାର୍ସ ପାଣ୍ଠିର ଏକ ଅବିଚ୍ଛେଦ ଅଂଶ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ।
ବୈଠକରେ ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ଯଥା କେନ୍ଦ୍ର ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସମେତ ନୂତନ ମନୋନୀତ ଟ୍ରଷ୍ଟିମାନେ ମଧ୍ୟ ଯୋଗ ଦେଇଥିଲେ । ସେମାନେ ହେଲେ:
● ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କେ ଟି ଥୋମାସ
● ପୂର୍ବତନ ଲୋକସଭା ଉପବାଚସ୍ପତି ଶ୍ରୀ କରିଆ ମୁଣ୍ଡା
● ଟାଟାସନ୍ସର ସମ୍ମାନୀୟ ଅଧ୍ୟକ୍ଷ ରତନ ଟାଟା
ପିଏମ କେୟାର୍ସ ପାଣ୍ଠିର ଉପଦେଷ୍ଟା ମଣ୍ଡଳୀ ଗଠନ ପାଇଁ ଟ୍ରଷ୍ଟ ନିମ୍ନଲିଖିତ ସୁନାମଧନ୍ୟ ବ୍ୟକ୍ତିମାନଙ୍କୁ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛି
● ରାଜୀବ ମେହର୍ଷି, ପୂର୍ବତନ ଲେଖା ମହାନିୟନ୍ତ୍ରକ
● ଶ୍ରୀମତୀ ସୁଧା ମୂର୍ତ୍ତି ପୂର୍ବତନ ଅଧ୍ୟକ୍ଷ ଇନଫୋସିସ
● ଆନନ୍ଦ ଶାହ ସହ ପ୍ରତିଷ୍ଠାତା ଟେକ ଫର ଇଣ୍ଡିଆ ଓ ପୂର୍ବତନ ଇଣ୍ଡିକର୍ପସ ଓ ପିରାମଲ ଫାଉଣ୍ଡେସନ ସିଇଓ
ନୂତନ ଟ୍ରଷ୍ଟି ଓ ଉପଦେଷ୍ଠାମଣ୍ଡଳୀ ଯୋଗୁଁ ପିଏମ କେୟାର୍ସ ପାଣ୍ଠିର ବ୍ୟାପକ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାଧାରଣ ଜୀବନରେ ସେମାନଙ୍କ ଦୀର୍ଘ ଅଭିଜ୍ଞତା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅଧିକ ଉତ୍ତରଦାୟୀ ଓ ମଜଭୁତ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

3 × 1 =