pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅଷ୍ଟାଦଶ ଦିବସ

bbehera
  • ଏପିଜେ ଲୋଇସିଂହା, ସିସିଏଫ୍‌ଏ ଓ ଜରାସିଂହା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ୍‌ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଥମ ଖେଳ ଏପିଜେ ଲୋଇସିଂହା ୬-୦ ଗୋଲରେ ଚୁଡାପାଲି ନବଜ୍ୟୋତିକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଓ ପୂର୍ବତନ ଖେଳାଳି ହେମନ୍ତ ପ୍ରଧାନ ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ସୁଶାନ୍ତ ନାଗ, ନରସିଂ ସ୍ୱାମୀ ନାଇଡୁ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ଦ୍ୱିତୀୟ ଖେଳରେ ସିସିଏଫ୍‌ଏ ୨-୧ ଗୋଲରେ ପ୍ରୋଗ୍ରେସିଭ୍‌ କ୍ଲବକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ସୁପ୍ରିମଟାକ୍ସ ନିର୍ଦ୍ଦେଶକ ଅଜିତ ପାଲ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ବିକି ବିଶି, ସଞ୍ଜନ କୁଦେଇ ଓ ସୁଦୟ ବାରିକ ପରିଚାଳନା କରିଥିଲେ । ସେହିପରି ପଲ୍ଲୀଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ବିଏନ୍‌ଏଏ ଜରାସିଂହା ୩-୧ ଗୋଲରେ ବ୍ଲୁ ମାଉଣ୍ଟେନକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଫୁଟବଲ ଏସୋସିଏସନ୍‌ ଅଫ୍‌ ଓଡିଶା ତଥା ଜିଲ୍ଲା କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ରାମଜୀ ଯୁବକ ସଂଘ ସଦାଇପାଲି ସଭାପତି ଡ.ପ୍ରମୋଦ କୁମାର ମିଶ୍ର, ସୁଶ୍ରୀ ଆଇଟିଆଇ ପ୍ରିନ୍ସିପାଲ ଇଂ. ସନ୍ତୋଷ କୁମାର ବ୍ରହ୍ମା ଓ ପୂର୍ବତନ ଖେଳାଳି ନିଶାରକାନ୍ତ ନାଗ ଅତିଥି ଭାବରେ ଯୋଗ ଦେଇଥିଲେ । ରେଫରି ଭାବରେ ରାଜେନ୍ଦ୍ର ସେଠ, ଖଲିଲଉର ରହେମାନ, ସୁଦର୍ଶନ ସେଠ ଓ ସୁଧାଂଶୁ ସେଠ ଖେଳ ପରିଚାଳନା କରିଥିଲେ । ୨୨ ତାରିଖ ଗୁରୁବାର ଦିନ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ଏପିଜେ ଲୋଇସିଂହା ବନାମ ସିସିଏଫ୍‌ଏ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ୩ ଗୋଟି ମହିଳା ଫୁଟବଲ ଖେଳ ଚନ୍ଦନଭାଟି, ପୁଇଁନ୍ତଲା ବ୍ଲକ (ଭାଲେର, ସାଉନ୍ତପୁର, ବିଲେଇସର୍ଡା), ସିହିନି (ଟିଟିଲାଗଡ ବ୍ଲକ), ସଇଁନ୍ତଲା ଓ ଶିବ୍‌ତଲା (ବଲାଙ୍ଗିର ବ୍ଲକ)ଙ୍କ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ସଂପାଦକ ହେମନ୍ତ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

12 + 1 =