pakka

କଣ୍ଟାବାଞ୍ଜି କୋର୍ଟ ପରିସରରେ ଏସିଡ୍‌ ଆକ୍ରାନ୍ତ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସରରେ ବୁଧବାର ଅପରାହ୍ନରେ ଏସିଡ୍‌ ଆକ୍ରାନ୍ତ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଯେ କୌଣସି ମହିଳା, ଯୁବତୀ କିମ୍ବା ବ୍ୟକ୍ତି କୌଣସି ବ୍ୟକ୍ତି ଦ୍ୱାରା ଏସିଡ୍‌ ମାଡର ଶିକାର ହୁଅନ୍ତି ତେବେ ସରକାରୀ ସାହାଯ୍ୟ କିପରି ପାଇ ପାରିବେ, ଏପରିକି ସରକାରଙ୍କ କେଉଁ ଯୋଜନା ମାଧ୍ୟମରେ ସହାୟତା ମିଳିପାରିବ ସେ ଉପରେ ଆଲୋକପାତ କରାଯାଇଥିଲା । ପୁଣି ଆଇନ ବ୍ୟବସ୍ଥାରେ ପୀଡିତାଙ୍କୁ କିପରି ସାହାଯ୍ୟ ସହଯୋଗ ମିଳିପାରିବ ଏବଂ କେଉଁମାନେ ସେମାନଙ୍କୁ ସହାୟତା ପହଂଚାଇ ପାରିବେ ସେ ଉପରେ ସୂଚନା ଦିଆଯାଇଥିଲା । ଜାତୀୟ ଆଇନ ସଚେତନତା କମିଟିର ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ କଣ୍ଟାବାଞ୍ଜି ଏଡିଜେ ତଥା ତାଲୁକ ଆଇନ ସହାୟତା କମିଟି ଚ୍ୟାରମେନ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସବ୍‌ଜଜ୍‌ ଅଲେଖ କୁମାର ପ୍ରଧାନ, ଜେଏମଏଫସି ଲିଙ୍କିପ୍ରିୟା ସାହୁ ମଂଚାସୀନ ରହି ବିଭିନ୍ନ ଆଇନ ଉପରେ ଏସିଡ୍‌ ମାଡ ଦ୍ୱାରା ପୀଡିତାଙ୍କୁ କିପରି ସାହାଯ୍ୟ ସହଯୋଗ ଦିଆଯାଇ ପାରିବ ବୋଲି କହିଥିଲେ । ଏହି ଶିବିରରେ ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା, ଦୁଃଖିଶ୍ୟାମ ଗୁରୁ ମଧ୍ୟ ଆଇନ ଉପରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ, ରିଟେନର, ପାରା ଲିଗାଲ ଭୋଲେଂଟିୟର ସହ ସାମାଜିକ କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.

twelve − four =