pakka

ପଦ୍ମପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପତ୍ନୀଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲଡି ସିଂ ବରିହାଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ସିଂ ବରିହାଙ୍କ ପରଲୋକ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା, ମେଳାପୀ ମହିଳା ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ସ୍ୱର୍ଗତା ନିଜେ ପୂର୍ବରୁ ପଦ୍ମପୁର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ଠାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶେଷଯାତ୍ରାରେ ସାମିଲ ହୋଇଥିଲେ । ବରଗଡ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋରଞ୍ଜନ ସିଂହ ବରିହାଙ୍କ ପୁତ୍ରବଧୂ ହୋଇଥିବା ବେଳେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପୁତୁରା ବଧୂ ଅଟନ୍ତି । ତାଙ୍କର ଏକମାତ୍ର ପୁତ୍ର ଶ୍ଲୋକ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

3 + 13 =