pakka

ନେସନାଲ ପିସ ଊନୀସନ ପକ୍ଷରୁ ଡା.ଆନନ୍ଦ ସାଗର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେସନାଲ ପିସ ଊନୀସନ ପକ୍ଷରୁ ଡା.ଆନନ୍ଦ ସାଗର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେ ଜଣେ ପଶୁ ପ୍ରେମୀ ଥିଲେ । ତାଙ୍କ ସାରା ଜୀବନ ଗୃହପାଳିତ ପଶୁମାନଙ୍କୁ ସେବା ଦେବାରେ ବିତାଇଥିଲେ । ଓଡିଶା ସରକାରଙ୍କ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିନସ୍ଥ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ (ସିଡିଭିଓ) ଆକାରେ ଅବସର ନେଇଥିଲେ । ଡ଼ା ବେହେରା ଜଣେ ଉଦାରବାଦୀ, ସେବା ମନୋବୃତ୍ତି ଥିବା ମଣିଷ ଥିଲେ । ସେ ଓଡିଶା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଗୃହପାଳିତ ପଶୁଙ୍କ ସୁଚିକିତ୍ସା ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ଗୋ ଚିକିତ୍ସାରେ ନୂଆ ପ୍ରଯୁକ୍ତିବିଦ୍ୟାକୁ ଭିତ୍ତି କରି ଅନେକ ପ୍ରସ୍ତାବିକ ପ୍ରକଳ୍ପକୁ ସେ ନିଜ କୌଶଳ କ୍ରମେ ଅନୁମୋଦନ କରି ଅନେକ ଥର ସରକାରଙ୍କ ସହଯୋଗ ହାସିଲ କରିପାରିଥିଲେ । ତାଙ୍କ ସିଦ୍ଧ ହସ୍ତ ଓ ନିଜ ସ୍ନେହାୟିତ ଗୁଣ ପାଇଁ ପ୍ରତ୍ୟେକ ସମାଜ ବର୍ଗର ଲୋକ ତାଙ୍କୁ ନିଜର କରି ନେଉଥିଲେ ବୋଲି ଆଜି ତାଙ୍କ ପବିତ୍ର ଶ୍ରାଦ୍ଧଦିବସ ଅବସରରେ ନେସନାଲ ପିସ ଊନୀସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

four × two =