pakka

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ : ଯାତାୟତ ବାଧାପ୍ରାପ୍ତ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭାରିଯାନ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଉକ୍ତ ଦାରିଙ୍ଗବାଡ଼ି ଠାରୁ ସୋରଡା, ଆସ୍କା, ବ୍ରହ୍ମପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉକ୍ତ ରାସ୍ତା ଦେଇ କେବଳ ଦୁଇ ଚକିଆ ଯାନକୁ ହିଁ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଅନୁମତି ଦିଆଯାଉଛି । ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ି ସ୍ଥିତ ଡବେରି ଠାରେ ଚେକ ପୋଷ୍ଟ କରାଯାଇ ଭାରିଯାନକୁ ଏହି ରାସ୍ତାରେ ଅନୁମତି ଦିଆଯାଉନାହିଁ । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ପୋଲିସ ଫୋର୍ସ ଉକ୍ତ ଚେକ ପୋଷ୍ଟରେ ଜଗି ରହିଛନ୍ତି । ଏହି ଭଳି ଭାବେ ସୋରଡା ପୋଲିସ ପକ୍ଷରୁ ମଧ୍ୟ ଭାରିଯାନ ସୋରୋଡା ଠାରୁ ଦାରିଙ୍ଗବାଡ଼ିକୁ ଛଡା ଯାଉନାହିଁ । ଏଣୁ ସମସ୍ତ ଗାଡି ଭଞ୍ଜନଗର, କଳିଙ୍ଗା, ଉଦୟଗିରି ଦେଇ ଯାତାୟତ କରିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

fifteen + 5 =