p purohi

କିସ୍ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

dr. purohit

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଗୌଡ କରଲାଖୁଣ୍ଟା ଠାରେ କିସ୍ ଭୂବନେଶ୍ୱରରେ ପାଠ ପଢୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କୁ କିସ୍ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ବର୍ତ୍ତମାନ କରୋନା ମହାମାରୀ ସମୟ ହୋଇଥିବା ବେଳେ ପିଲାମାନେ ଘରେ ରହି ଅନଲାଇନ୍ ପାଠ ପଢୁଥିବା ବେଳେ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କଳାହାଣ୍ଡି କିସ ଶାଖା ପରିଦର୍ଶନରେ ଆସିଥିବା ଆସିଷ୍ଟାଣ୍ଡ ସିଇଓ, କିସ୍ ଭୂବନେଶ୍ୱରର ପ୍ରମୋଦ ପାତ୍ର, କିସ ପ୍ରଧାନ ଶିକ୍ଷକ ସୁଶାନ୍ତ ସ୍ୱାଇଁ, ସଞ୍ଜିବ କିସାନ, ଗିରିଧାରୀ ନାଗଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଚୁଡା, ଚିନି, ଚଣା, ସୋୟାବଡି, ବିସ୍କୁଟ, ସୁଜି, ସାବୁନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କିସ୍ କଳାହାଣ୍ଡି ସଭ୍ୟ ଦ୍ରୋଣାଚାର୍ଯ୍ୟ ମାଝୀ ପରିଚାଳନା କରିଥିବା ବେଳେ ନିରାକାର ପାତ୍ର, ଦାଶରଥି ମାଝୀ, ନିଳାମ୍ବର ପାତ୍ର, ରୋହିତ ପାତ୍ର, କୁଳମଣି ପାତ୍ର, ମାଝୀ ରାମ ଟୁଡୁ, ସିଲି ମାଝୀ, ଜୟଦେବ ପାତ୍ର, ଶେଷ ମାଝୀ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.