om academy

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସୂଚନା : ଖ୍ରୀଷ୍ଟମସ୍‌ କିମ୍ବା ନୂଆବର୍ଷ ପାଳନ ଅବସରରେ ଜନଗହଳି ମନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟ୍‌ମସ କିମ୍ବା ନୂଆବର୍ଷ ପାଳନ ଅବସରରେ ଜନଗହଳିକୁ ବାରଣ କରାଯାଇଛି । ଏ ସଂକ୍ରାନ୍ତରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସୂଚନା ଜାରି କରାଯାଇଛି । ଚର୍ଚ୍ଚ, ଖ୍ରୀଷ୍ଟିଆନ୍‌ ସଂସ୍ଥା କିମ୍ବା କୌଣସି ଅନୁଷ୍ଠାନ ତରଫରୁ ଖ୍ରୀଷ୍ଟମସ୍‌ ପାଳନ ପାଇଁ ୨୪ ତାରିଖ ଦିନ ରାତି କିମ୍ବା ୨୫ ତାରିଖ ଦିନ ଜନ ସମାଗମକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ସେହିପରି କୌଣସି ହୋଟେଲ, କ୍ଲବ୍‌ କିମ୍ବା କୌଣସି ଅନୁଷ୍ଠାନ ପକ୍ଷରୁ ନୂଆବର୍ଷ ପାଳନ ଅବସରରେ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦିନ ଜନଗହଳିକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପି‌ନ୍ଧିବା ତଥା ସାନିଟାଇଜର୍‌ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବା ସହ ଜି‌ଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.