jsm

ପଲସାଗୋରାଠାରେ ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

csstore

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଗ୍ରାମ ପଞ୍ଚାୟତଠାରେ ଆଜି ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ, ସରପଞ୍ଚ ସୌଦାମିନୀ ମଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ନାଏବ ସରପଞ୍ଚ ପଦ୍ମନାଭ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପଧାନ, ଜିଆରଏସ ମହେନ୍ଦ୍ର ପ୍ରଧାନ, ଜିଲ୍ଲା ପରାମର୍ଶଦାତା ଆର୍ତତ୍ରାଣ ପାଢି, ସରୋଜ ରଞ୍ଜନ ପାଢ଼ୀ, ମାଷ୍ଟର ଟ୍ରେନର ପୂର୍ଣ୍ଣଚରଣ ସାହୁ, ରଞ୍ଜନ କୁମାର ପାତ୍ର, ବିକାଶ ସିଂ, ସ୍ୱେଚ୍ଛାଗ୍ରାହୀ ନଳିନୀକାନ୍ତ ସାହୁ, ରବୀନ୍ଦ୍ର ପ୍ରଧାନ, ନିରଞ୍ଜନ ବାରିକ, ଧନମାଳୀ କର୍ଣ୍ଣ, ରକି ପଣ୍ଡା, ଶ୍ରୀକାନ୍ତ ମହାକୁଡ଼, ଦିଲ୍ଲୀପ ମହାକୁଡ଼ କୁନ୍ଦନ ଦନ୍ତା, ସୁଧୀର ପଣ୍ଡା, ମୁନ୍ନା ସାହୁ, କୁନା ଭୋଇ, ଲବ ବସ୍ତିଆ, ପ୍ରଦୀପ କର, ସୁଜିତ ମଲିକ, ସମାଜସେବୀ ମୁନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପଲସାଗୋରା ଅଞ୍ଚଳରେ ପଂଚାୟତର ସରପଞ୍ଚ ତଥା ତାଙ୍କ ପରାମର୍ଶଦାତାଙ୍କ ଏଭଳି ମହାନ କାମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.