jsm

ବଡ଼ମାଲ ଫାଣ୍ଡିରୁ ଅଭିଯୁକ୍ତ ଫେରାର ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତ ଗିରଫ : ନଗଦ ୩୦ ହଜାର ଟଙ୍କା, ୨ ଗୋଟି ମୋବାଇଲ ଓ ପଲସର ବାଇକ ଜବତ

csstore

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ  ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରି ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ ମଧ୍ୟ ଲୁଟ କରି ନେଇଥିବା ଦୁର୍ବୁତ୍ତମାନଙ୍କୁ ସଇଁତଲା ପୋଲିସ ଧରି ବଡ଼ମାଲ ଫାଣ୍ଡିରେ ଅଟକ ରଖି ପଚାରାଉଚରା ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ମାରିଥିବା ଘଟଣାରେ ଆଜି ସଇଁତଲା ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏଥିରେ ସଇଁତଲା ଥାନା କେସ ନଂ ୧୦୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଓରଫ ରମଣ ଦାସ(୨୨), ପିଙ୍କୁ କୁମ୍ଭାର ଓରଫ ପିକୁ(୨୨), ଜ୍ୟୋତିର୍ମୟୀ ଦାସ(୨୨) ଉଭୟ ସଇଁତଲା ଥାନା କନ୍ଦକେଲଗାଁ ପଞ୍ଚାୟତ ସର୍ଗିପାଲି ଗ୍ରାମର ହୋଇଥିବା ବେଳେ ହୃଦାନନ୍ଦ ଦାସ(୪୬) ବେଳପଡା ଥାନା ମଧ୍ୟପୁର ବୋଲି ଜଣାପଡିଛି । ସୂଚନା ଅନୁସାରେ ବିନ୍ଦନବାହାଲି ମଦ ଭାଟି ଡକାୟତି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତ ପିଣ୍ଟୁ ଓ ସନ୍ତୋଷ ବଡ଼ସେଠଙ୍କୁ ବଡ଼ମାଲ ଫାଣ୍ଡିକୁ ଆଣି ଅଟକ ରଖି ପଚାରାଉଚରା କରୁଥିବା ବେଳେ ପୋଲିସକୁ ଚଖମା ଦେଇ ଗତ ୨୮ ଏପ୍ରିଲ ମାସରେ ଫେରାର ହୋଇଯାଇଥିଲେ । ଏଥିରେ ପିଣ୍ଟୁ ବେଲପଡା ଥାନା ମଧ୍ୟପୁର ଗ୍ରାମର ହୃଦାନନ୍ଦ ଦାସଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ ସର୍ଗିପାଲି ନିଜ ଘରକୁ ଆସି ଲୁଚିଛୁପି ରହୁଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଏଥିରେ ପିଣ୍ଟୁ, ତାଙ୍କର ଭାଉଜ ଜ୍ୟୋତିର୍ମୟୀ, ସହଯୋଗୀ ପିକୁ ଓ ହୃଦାନନ୍ଦଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ତାଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ୨ ଗୋଟି ମୋବାଇଲ ଓ ପଲସର ବାଇକକୁ ପୋଲିସ ଜବତ କରିଛି ବୋଲି ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥି ଓ ସଇଁତଲା ଆଇଆଇସି ଅବନୀ ସାହୁ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବୁଢ଼ାବାହାଲ ଡୁଙ୍ଗୁରିପାଲି ଡକାୟତି ଘଟଣା, ବିଭିନ୍ନ ମାଇକ୍ରୋ ଫାଇନ୍ସ କର୍ମଚାରୀମାନଙ୍କଠାରୁ ଲୁଟପାଟ ଓ ଅନ୍ୟାନ୍ୟ ରାସ୍ତାଘାଟରେ ଲୁଟପାଟ ଚଳାଇଥିବା ତଥା ବିଭିନ୍ନ ଘଟଣାରେ ଜଡିତ ଥିବା ଅପରାଧିମାନଙ୍କୁ ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ ଗିରଫ କରି ସଫଳତା ପାଇଛି । ପ୍ରକାଶ ଯେ, ସଇଁତଲା ଥାନାର ଶିଶକେଲା ପଞ୍ଚାୟତରେ ଥିବା ବିନ୍ଦନବାହାଲି ମଦ ଭାଟିରେ ଗତ ୧୮ ତାରିଖ ରାତି ୯ ଘଣ୍ଟା ସମୟରେ ୮/୧୦ ଜଣ ଦୁର୍ବୁତ୍ତମାନେ ମଦଭାଟିକୁ ମଦ କିଣିବା ବାହାନାରେ ଆସି ହଠାତ୍‌ ଭାଟିର ମେନେଜର ଓ ସେଲ୍ସମ୍ୟାନଙ୍କୁ ମାଡ଼ ମାରିବା ପରେ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭାଟିରେ ଥିବା ୧ ଲକ୍ଷ ୮୦ ହଜାର ଟଙ୍କା ସହ ୨ ଗୋଟି ମୋବାଇଲ ଫୋନକୁ ଦୁର୍ବୁତ୍ତମାନେ ଲୁଟ କରି ଫେରାର ମାରିଥିଲେ । ଏ ନେଇ ୧୯ ତାରିଖ ଦିନ ଭାଟି ମେନେଜର ପିଙ୍କୁ ସିଂ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ସଇଁତଲା ଆଇଆଇସି ଅବନୀ ସାହୁ, ଏସ୍‌ଆଇ ସଂଗୀତ ବେକ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ଏଏସ୍‌ଆଇ ଥବିର ମହାରଣାଙ୍କ ସହ ବଲାଙ୍ଗିର ସାଇଣ୍ଟିଫିକ ଟିମ୍‌ ପହଂଚି ଘଟଣାର ଖୋଡ଼ତାଳ ଆରମ୍ଭ କରିଥିଲେ ।

yuvodaya
Leave A Reply

Your email address will not be published.