କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧିକ ବକ୍ତୃତା ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନରେ ବିଦ୍ୟାଳୟ ପ୍ରକୃତ ମଞ୍ଚ । ଶାରୀରିକ, ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ ବିକାଶର ଅର୍ଥ ପୂର୍ଣ୍ଣାଙ୍ଗ ବିକାଶ । ଏହି ପରିପ୍ରେକ୍ଷୀରେ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧିକ ଜ୍ଞାନର ବିକାଶ ନିମନ୍ତେ ଏକ ମାସିକ କାର୍ଯ୍ୟକ୍ରମ ଆପଣେଇ ନେଇଛି । ଏହି ଅବସରରେ ଚଳିତ ମାସ ତା ୧୧/୦୭/୨୦୨୨ରିଖରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ପୁରୀରେ ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରତିଷ୍ଠାର ମୁଖ୍ୟ ଉଦ୍ୟୋକ୍ତା ମୁକେଶ ଜୈନ ସୁଦୂର ଦିଲ୍ଲୀରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚାରିଧାମ ଥିଲେ ମଧ୍ୟ ସାରା ଭାରତର ଓ ବିଶ୍ଵର ଏକମାତ୍ର ଦେବତା ଜଗନ୍ନାଥ ଏବଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆଜି ବିଶ୍ଵବାସୀଙ୍କୁ ଆକୃଷ୍ଟ କରିଛି । ଶୃଖଳିତ ଭକ୍ତି ଭାବ ଧାରାରେ ସୁସ୍ଥ ଭାରତର ପରିକଳ୍ପନା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳର ପ୍ରତିଷ୍ଠାତା ପ୍ରଫେସର ସଂସାଙ୍କ ଚୂଡ଼ାମଣି କହିଥିଲେ ଯେ, ବିଶ୍ଵ ଭାଇଚାରା ଓ ସମୃଦ୍ଧ ଏକତାର ଭାରତ ବର୍ଷର ପରିକଳ୍ପନା କେବଳ କିଶୋର ଅବସ୍ଥାରୁ ହେବା ଦରକାର ଯାହାର ଏକମାତ୍ର ମାଧ୍ୟମ କେବଳ ବିଦ୍ୟାଳୟ । ପରିଶେଷରେ ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂଙ୍କ ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏକ ଆଦର୍ଶ ବିଦ୍ୟାଳୟ ରୂପେ ଗଢ଼ି ତୋଳିବାକୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

five × 3 =

error: Content is protected !!