csstore

ସଇଁତଲା ଓ ଖାସବାହାଲ ଗାଁରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଶୁଭସ୍ତମ୍ଭ ସ୍ଥାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓ ଖାସବାହାଲ ଗାୟତ୍ରୀ ପରିବାର ଦ୍ୱାରା ସୋମବାର ଦିନ ହେବାକୁ ଥିବା ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଶୁଭସ୍ତମ୍ଭ ମହାଆଡମ୍ବରରେ ସ୍ଥାପନ ହୋଇଯାଇଛି । ସ୍ଥାନୀୟ ହାଟପଦାଠାରେ ଗାୟତ୍ରୀ ପରିବାର ସଦସ୍ୟ ଅଖିଳ ସାହୁ ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ସାହୁ କର୍ତ୍ତା ହୋଇଥିବା ବେଳେ ପୂଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ଵାବଧାନରେ ପୂଜା କାର୍ଯ୍ୟ ସମାପନ ହୋଇଥିଲା । ଉକ୍ତ ପୂଜା ଆସନ୍ତା ଫେବୃଆରୀ ୪ ତାରିଖ ଦିନ ଆରମ୍ଭ ହୋଇ ୭ ତାରିଖ ଦିନ ପୂର୍ଣ୍ଣାହୂତି ହେବ । ଏହି ଉତ୍ସବରେ ହରି ପ୍ରସାଦ ଅଗ୍ରୱାଲ, ପ୍ରଦୀପ ଜାଲ, ପ୍ରମୋଦ ବୈଠାରୁ, ଭୀମସେନ ସ୍ୱାଇଁ, କୃଷ୍ଣଚନ୍ଦ୍ର ପୃଷେଠ, ସୁରେଶ ରଣା, ସରୋଜ ବୈଠାରୁ, ଓମ୍ ପ୍ରକାଶ ଅଗ୍ରୱାଲା, ପ୍ରମୋଦ ଅଗ୍ରୱାଲ, ବନ ବିହାରୀ ସାହୁ, ବିନୟ ଭୋଇ, ନାରାୟଣ ଜାଲ, ମନୋଜ ସାହୁ, ବଳଭଦ୍ର ପାଣିଗ୍ରାହୀ, ହରି ସାହୁ, ରାମଜୀ ଚଣ୍ଡେଶ୍ୱରୀ ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଭଦ୍ରା ପଞ୍ଚାୟତ ଖାସବାହାଲ ଗ୍ରାମ ଯାନୀ ପଡିଆଠାରେ ପୂଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ ମୁଖ୍ୟକର୍ତ୍ତା ବିକାଶ କୁମାର ରଣା ଓ ତାଙ୍କ ଧର୍ମପତ୍ନୀ ଗୀତିକା ରଣା ପୂଜା କର୍ତ୍ତା ଦାୟିତ୍ୱ ତୁଲାଇଥିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ପୂଜା ଆସନ୍ତା ୨୬ ତାରିଖ ଆରମ୍ଭ ହୋଇ ୨୮ରେ ପୂର୍ଣ୍ଣାହୂତି ହେବ ବୋଲି ଆୟୋଜିତ କମିଟି ସୂତ୍ରରୁ ଜଣାପଡିଛି । ଏହି ପୂଜାରେ ସରୋଜ ରଣା, ନିତ୍ୟା ରଣା, ଲକ୍ଷଣ ରଣା, ସୁଶାନ୍ତ ସାହୁ, ମନୋଜ ସାହୁ, ଇଶ୍ୱର ସାହୁ, ବିଜୁ ସାହୁ, କୁନୁ ରଣା ପ୍ରମୁଖ କର୍ତ୍ତା ଦାୟିତ୍ୱ ତୁଲାଇବେ । ଏଥିରେ ପ୍ରଫୁଲ୍ଲ ସାହୁ, ତୁଳସୀ ସାହୁ, ମହମ୍ମଦ ରଣା, ପୃଥ୍ୱୀରାଜ ରଣା, ଦୁର୍ବାଦଳ ରଣାଙ୍କ ସମେତ ଗାୟତ୍ରୀ ପରିବାର ଓ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.