ଜିଲ୍ଲା ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟକୁ ଶୁଭ ପ୍ରବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି କ୍ରମେ ଆଗାମୀ ଜୁଲାଇ ୧ ରଥଯାତ୍ରା ଦିନଠାରୁ ସମସ୍ତ ଘରୋଇ ବସ ନୂତନ ବସଟର୍ମିନାଲରୁ ଚଳାଚଳ କରିବ । ଏହାକୁ ନେଇ ବସ ମାଲିକ ସଂଘ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ନୂତନ ବସ୍ ଟର୍ମିନାଲ ସ୍ଥିତ ସଂଘ କାର୍ଯ୍ୟାଳୟର ଗୃହ ପ୍ରବେଶ ପୂଜା ସମାପନ କରାଯାଇଛି । ପୁରୁଣା ବସଷ୍ଟାଣ୍ଡରେ ସମସ୍ତ ଘରୋଇ ବସର ଯେଉଁ ସମୟ ନିର୍ଘଣ୍ଟ ରହିଛି ତାହା ନୂତନ ବସଷ୍ଟାଣ୍ଡରୁ ମଧ୍ୟ ବଳବତ୍ତର ରହିବ ବୋଲି ସଂଘ କହିଛି ଏବଂ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ନେଇ ଜିଲ୍ଲାବ୍ୟାପୀ ବସ ସମୟ ସାରଣୀରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ବଲାଙ୍ଗିର ସହରର ସମସ୍ତ ବସଷ୍ଟପରୁ ନୂତନ ବସ ଟର୍ମିନାଲକୁ ସମସ୍ତ ଘରୋଇ ବସରେ ସହଜ ଓ ଶସ୍ତା ଦରରେ ଯାତ୍ରୀମାନେ ଯିବାଆସିବା କରି ପାରିବେ ବୋଲି ପୂର୍ବରୁ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । ସଂଘ କାର୍ଯ୍ୟାଳୟ ପ୍ରତିଷ୍ଠା ପୂଜା କାର୍ଯ୍ୟକ୍ରମ ଓ ନୂତନ ବସ ଟର୍ମିନାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରୀ ଓ ବଲାଙ୍ଗିର ଉପଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ବିଭିନ୍ନ ସମୟରେ ଉପସ୍ଥିତ ରହି ବସମାଲିକ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ନୂତନ ବସଷ୍ଟାଣ୍ଡକୁ ସ୍ଵଚ୍ଛତାରେ ରାଜ୍ୟର ଏକ ଆଦର୍ଶ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ । ଏହି ସବୁ କାର୍ୟ୍ୟକ୍ରମରେ ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା, ଉପସଭାପତି ସୌମେନ୍ଦ୍ର ପରିଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ୟ୍ୟ ବରିଷ୍ଠ ସଭ୍ୟ ଦୁର୍ଗାଚରଣ ବେହେରା, ଓମ ପ୍ରକାଶ ଚାନ୍ଦ, ଆଶୁତୋଷ ମିଶ୍ର, ସୁନୀଲ ମିଶ୍ର, ମାନସ ରଞ୍ଜନ ନାୟକ, ଶରତ ପଟ୍ଟନାୟକ, ଡମ୍ବରୁ ଆଚାର୍ୟ୍ୟ, ସତ୍ୟପ୍ରକାଶ ପତି, ମନୋଜ ଗୁରୁ, ସଞ୍ଜିବ ପଣ୍ଡା, ହିମାଂଶୁ ନାୟକ, ପ୍ରାଣନାଥ ପ୍ରଧାନ, ଭବାନୀ ପଟେଲ, ଚନ୍ଦ୍ରମଣି ତ୍ରିପାଠୀ, ପ୍ରଶାନ୍ତ ପଣ୍ଡା, ସଞ୍ଜିବ ସାହୁ, ମୁନା ଶତପଥି, ସରୋଜ ଗୁରୁ, ଜୟନ୍ତ ସିଂଦେଓ, ପିଣ୍ଟୁ ପଟ୍ଟନାୟକ, ପାରିଶ ପଟେଲ, ଅରୁଣ ବରାଇ, ରିଙ୍କୁ ଭୋଇ, ସୁମନ୍ତ ପଟେଲ, ଲକି ସାହୁ, ସୁରେଶ ହରିପାଳ, ଟିକୁ ନନ୍ଦ, ଜ୍ୟୋତି କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.