ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ୧୩ତମ ସ୍ଥାପନା ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଡଃ ସରିତା ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଆଇ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜି ମନଜିତ ସିଂ ଆରୋରା ମୁଖ୍ୟଅତିଥି ଓ ପିଡିଜି ଏଫସି ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ରୋଟାରିଆନ ଆନାବେଲ ଡିସୌଜା ସ୍ୱାଗତ ଭାଷଣ ଓ ବିଦାୟୀ ସଂପାଦକ ରୋଟାରିଆନ ପିଉ ଗୁହା ଗତବର୍ଷର ବିଭିନ୍ନ ଲୋକାଭିମୁଖି କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବିଦାୟୀ ସଭାପତି ଓ ସଂପାଦକ ଦ୍ୱୟ ୨୦୨୩-୨୪ ପାଇଁ ନୂତନ ସଭାପତି ରୋଟାରିଆନ ପୁତୁଲ ରାହୁଲ ଓ ସଂପାଦକ ରୋଟାରିଆନ ଅର୍ଚ୍ଚନା ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଉଭୟ ସଭାପତି ଓ ସଂପାଦକଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଦ୍ୱୟ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁବ୍ରତ ଚୌଧୁରୀ, ସତ୍ୟାନନ୍ଦ ବେହେରା, ବିପ୍ଳବ ରଂଜନ ଦାଶ, ବସନ୍ତ କୁମାର ଦାସ, ସମାଜସେବୀ ହେମନ୍ତା ତାଣ୍ଡିଆ, ଛାତ୍ରୀ ସୁଶ୍ରୀ ଶ୍ରଦ୍ଧା ନାୟକ, ଶିକ୍ଷାବିତ୍ ବୈଷ୍ଣବ ଚରଣ ମହାପାତ୍ର ଓ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ନୂତନ ଦାୟିତ୍ୱ ନେଇଥିବା ସଭାପତି ଶ୍ରୀମତୀ ରାହୁଲ ଆଗାମୀ ଦିନର କାର୍ଯ୍ୟ ଓ ଲକ୍ଷ୍ୟ ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ଉଭୟ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା କିପରି ଅଧିକ ଲୋକାଭିମୁଖି ହୋଇପାରିବ, ସେଥିପ୍ରତି ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ ପରେ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ପରେ ରୋଟାରିଆନ ବୀଣାପାଣି ରଥ ସ୍ତୁତି ବନ୍ଦନା କରିଥିଲେ । ଉପଦେଷ୍ଟା ଡଃ ଅଞ୍ଜନା ମୈତ୍ର ବକ୍ତବ୍ୟ ରଖିଥିବା ବେଳେ ରୋଟାରିଆନ ଦିଲ୍ଲୀପ କୁମାର ଭୋଇ ଓ ନିବେଦିତା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଞ୍ଜିତ ଛୋଟରାୟ ସର୍ଜେଣ୍ଟ ରିପୋର୍ଟ ପରେ ସହ ସଂପାଦକ ଲଳିତା ମୁଦାଲି ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରିଆନ ସର୍ବଶ୍ରୀ ଡଃ ଆଲେକଜାଣ୍ଡାର ଡିସୌଜା, ଅଞ୍ଜଳି ଶତପଥୀ, କୁଲଜିତ୍, ସନ୍ଧ୍ୟାରାଣୀ ବରାଳ, ସୁଚିସ୍ମିତା ବିଶ୍ୱାସ, ପି.କେ ପତି, ରାଜେନ୍ଦ୍ର ପ୍ରସାଦ, ପୁନମ କାପୁର, ସନ୍ଧ୍ୟା ସାହୁ, ଚମ୍ପାବତୀ, ଦିବାକର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ରୋଟାରୀ କ୍ଲବର ସଭାପତି ଡଃ ପୀତବାସ ମିଶ୍ର ପିଏଜି ପ୍ରତାପ ବେହେରାଙ୍କ ସମେତ ସହରର ବିଭିନ୍ନ ରୋଟାରୀ କ୍ଲବର ସଭାପତି ଓ ସଂପାଦକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 3 =