pakka

ପଦ୍ମଶ୍ରୀ ବାବା ଯୋଗେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାଂସ୍କୃତିକ ସଂଗଠନ “ସଂସ୍କାର ଭାରତୀ”ର ସଂସ୍ଥାପକ ବାବା ଯୋଗେନ୍ଦ୍ରଙ୍କ ମହାପ୍ରୟାଣ ଗତ ୨ ମଇ ୨୦୨୨ରେ ହୋଇଥିଲା । ସେ ଭାରତୀୟ କଳା ଓ ସଂସ୍କୃତି କ୍ଷେତ୍ରରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ନିଜକୁ ଉତ୍ସର୍ଗୀକୃତ କରି ପଦ୍ମଶ୍ରୀ ସମ୍ମାନାଳଙ୍କୃତ ହୋଇଥିଲେ । ତାଙ୍କର ଜୀବନ ବ୍ୟାପୀ ମହତାଦର୍ଶକୁ ସ୍ମରଣ ପୂର୍ବକ ସ୍ଥାନୀୟ ତେଲିଗୋଠପଡା, ବଲାଙ୍ଗିର ସ୍ଥିତ ଚିତ୍ର, ସଙ୍ଗୀତ ଓ ନୃତ୍ୟ ମହାବିଦ୍ୟାଳୟ “କଳାଧାମ” ଠାରେ ସଂସ୍କାର ଭାରତୀ, ବଲାଙ୍ଗିର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସଂସ୍କାର ଭାରତୀ ବଲାଙ୍ଗିରର ସଦସ୍ୟବୃନ୍ଦ ତଥା ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ, ସଭାପତି ବାସୁଦେବ ମେହେର ଏବଂ ସଂଯୋଜକ ପ୍ରଭାକର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ବାବା ଯୋଗେନ୍ଦ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ତଥା ନୀରବ ପ୍ରାର୍ଥନା କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ତାଙ୍କ ନିଧନରେ ସମଗ୍ର ଭାରତ ବର୍ଷର କଳା ଓ କଳାକାରଙ୍କୁ ଏକତ୍ରିତ କରିବାର ସଂସ୍କାର ଭାରତୀର କାର୍ଯ୍ୟଧାରାରେ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ରାହାସ ବିହାରୀ ଭୋଇ, ବୁଦ୍ଧି ସାଗର ଯୋଷୀ, କ୍ଷମା ସାଗର ଯୋଷୀ, ଜବାହାରଲାଲ ନନ୍ଦ, ଶଙ୍କର ଅଗ୍ରୱାଲ, ସନ୍ତୋଷ ସାହୁ, ଅଜୟ ଅମର ସିଂହଦେଓ ଓ ନଳିନୀ ସିଂହ ପ୍ରମୁଖ ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

five + 18 =