ସ୍ୱର୍ଗତ ପ୍ରମୋଦ ସାହୁଙ୍କ ବିୟୋଗରେ ଗାନ୍ଧି ପାଠାଗାର ତରଫରୁ ଶୋକସଭା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ରାମଜୀ ମନ୍ଦିରରେ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇ ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ପଡାରେ ପଡାବାସୀ ପାଠାଗାର ସଭ୍ୟ ତଥା ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ସ୍ୱର୍ଗତ ପ୍ରମୋଦ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ପାଠାଗାର ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ଅଶୋକ ଚାନ୍ଦ, ମଧୁସୂଦନ ନାୟକ, ରାଜେନ୍ଦ୍ର ମିଶ୍ର, ତ୍ରିନାଥ ସାହୁ, ବିଧୁଭୂଷଣ ତ୍ରିପାଠୀ, କୁନୁ ପାତ୍ର ପ୍ରମୁଖ ପ୍ରମୋଦ ସାହୁଙ୍କ ପଡା ପ୍ରତି ତଥା ସମସ୍ତ ଅନୁଷ୍ଠାନଙ୍କ ପ୍ରତି ସହଯୋଗ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ପାଠାଗାର ଉପସଭାପତି ସନ୍ତକ ବହିଦାର ଗାନ୍ଧୀ ପାଠାଗାରର ଜଣେ ସଚ୍ଚୋଟ ସଂଗଠକକୁ ହରାଇଲା ବୋଲି ପ୍ରତିଶୃତି ଦେଇଥିଲେ । ପାଠାଗାର ସଭାପତି ଓ ଉପସ୍ଥିତ ସମସ୍ତ ଜନତା ସ୍ୱର୍ଗତ ପ୍ରମୋଦ ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ଶୋକସଭାରେ ଟିକ୍ରାପଡା ନାମଯଜ୍ଞ କମିଟିର ବରିଷ୍ଠ ସଭ୍ୟ ଶିବନାରାୟଣ ରଥ ଏବଂ ଶରତ ଷାଣ୍ଢ, ଦୁର୍ଗା ସାହୁ, ରାଜୁ ଅଗ୍ରୱାଲ, ରବି ଅଗ୍ରୱାଲ, ଲିନା ମହାନ୍ତି, ତୁଫାନ ସାହୁ, ପିଙ୍କୁ ପଣ୍ଡା, ଗାନ୍ଧି ପାଠାଗାର ବରିଷ୍ଠ ସଭ୍ୟ ଅନୁବେହେରା, ରାଜେନ୍ଦ୍ର ପାଣି, ଶିବେନ୍ଦ୍ର ସାହୁ, ହୃଦୟ ରଂଜନ ସାହୁ, ଦାଶରଥି ସାହୁ, ଅବଦୁଲ ରଜାକ, ଅମୀୟ ମିଶ୍ର, ରିୟାଜ ଖାନ, ସୁରେଶ ଅଗ୍ରୱାଲ, ହରିଶଙ୍କର ପଣ୍ଡା, ପ୍ରମୋଦ ସାହୁ, ଅଜିତ ପଣ୍ଡା, ଉଲ୍ଲାସ ମହାନ୍ତି, ରଶ୍ମି ମହାନ୍ତି, ସୁରେନ ସାହୁ, ଜ୍ୟୋତି ବାରିକ, ବାବୁ ସାହୁ ପ୍ରମୁଖ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଳ ପ୍ରଦାନ କରି ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.