pr

ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ବିୟୋଗରେ ଶୋକ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ମୂଳ ବାସିନ୍ଦା ଓ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ଼ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ତଥା ଅଧ୍ୟାପକ ମହଲରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ଶିକ୍ଷକ ମହାସଂଘ ତରଫରୁ ତଥା ବେସରକାରୀ କଲେଜ ଶିକ୍ଷକ ସଂଘର ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ଉପସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର, ଶିକ୍ଷକ ନେତା ତରଣିସେନ ସାହୁ, ପ୍ରାଧ୍ୟାପକ ଡ଼. ବିରଞ୍ଚି ସାହୁ ପ୍ରମୁଖ ସ୍ୱର୍ଗତ ପାଢ଼ୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପାଢ଼ୀ ଜଣେ ବନ୍ଧୁବତ୍ସଲ, ମେଲାପୀ ଓ ସେବା ମନୋବୃତ୍ତିର ବ୍ୟକ୍ତି ଥିଲେ ଏବଂ ଗାଇସିଲେଟ ଅଞ୍ଚଳର ସର୍ବାଙ୍ଗୀନ ବିକାଶରେ ତାଙ୍କର ବହୁତ ଅବଦାନ ରହିଛି ବୋଲି ସେମାନେ କହିଛନ୍ତି । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ ପୂର୍ବକ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଈଶ୍ଵରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

nrusinghnath
Leave A Reply

Your email address will not be published.