pr

ସୂଚନା ଅଧିକାରକର୍ମୀଙ୍କୁ ହତ୍ୟା ଧମକ ସହ ଜାତିଆଣ ଆକ୍ଷେପ ଅଭିଯୋଗ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୂଚନା ଅଧିକାରକର୍ମୀ ମଙ୍ଗନ ରାଏଙ୍କୁ ହତ୍ୟା ଧମକ ତଥା ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ଦୁଇ ଦିନ ତଳେ ଏହି ବିଷୟରେ ସେ ଦେଓଗାଁ ଥାନା ଅଧିକାରୀ ତଥା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଏ ବିଷୟରେ ଅଭିଯୋଗ କରିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଆଜି ସକାଳୁ ପୁଣି ଫୋନ କରି ତାଙ୍କୁ ଧମକ ଚମକ ଦେଇଥିବା ନେଇ ଶ୍ରୀ ରାଏ ଅଭିଯୋଗ କରିବା ସହ ଉକ୍ତ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ତାଙ୍କର ଜୀବନ ପ୍ରତି ଯଥେଷ୍ଟ ଭୟ ରହିଛି ବୋଲି କହିଛନ୍ତି । ଆହୁରି ଉକ୍ତ ବ୍ୟକ୍ତି ଜଣକ ଶିକାଛିଡା ଗ୍ରା.ପ ଅଧିନସ୍ଥ ଭାନପୁର ବାସିନ୍ଦା ଓ ଜଣେ ସରକାରୀ କର୍ମୀ ବୋଲି ଶ୍ରୀ ରାଏ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ଶିକାଛିଡ ପଞ୍ଚାୟତ ଭାନପୁର ଗ୍ରାମର ମନରେଗା ଯୋଜନାରେ ଅନେକ ଦୁର୍ନୀତି ହୋଇଛି । ମନରେଗା କାମରେ କେତେକ ଆର୍ଥିକ ରୁପେ ସ୍ୱଚ୍ଛଳ, ତଥା ଗ୍ରାମରେ ବସବାସ କରୁନଥିବା ବ୍ୟକ୍ତିଙ୍କ ନାଁ ଚଢାଇ ବେଆଇନ ଭାବେ ଅର୍ଥ ହେରଫେର କରାଯାଇଛି ବୋଲି ଏହାକୁ ଉତ୍‌ଥାପନ କରିବା ଓ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଶ୍ରୀ ରାଏ ଗତ ୨୨ ତାରିଖରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ । ସେହି ପତ୍ରରେ ଉକ୍ତ ବ୍ୟକ୍ତିର ପିତା ଜଣେ କିରାନା ଦୋକାନୀ ହୋଇଥିବା ବେଳେ ମନରେଗାରେ ସେ କାମ ନକରି ତାଙ୍କ ନାଁରେ ପଇସା ଉଠାଯାଇଥିବା ଉଲ୍ଲେଖ କରିଥିଲେ । ଯାହାର ସରକାରୀ ନକଲ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ତେବେ ଏହି ଘଟଣାରେ ଉକ୍ତ ବ୍ୟକ୍ତି ଜଣକ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ରାଏଙ୍କୁ ଫୋନରେ ବାରମ୍ବାର ଧମକ ଦେବା ସହ ଜାତିଆଣ ଅକ୍ଷେପ କରିଥିଲା । ଯାହାକୁ ନେଇ ଶ୍ରୀ ରାଏ ଗତ ୨୮ ତାରିଖରେ ଦେଓଗାଁ ଥାନା ଅଧିକାରୀଙ୍କୁ ଲେଖି ଜଣାଇଥିଲେ । କିନ୍ତୁ ୩୦ ତାରିଖ ସକାଳୁ ପୁଣି ସେହି ବ୍ୟକ୍ତି ହତ୍ୟା ଧମକ ସହ ଜାତିଆଣ ଆକ୍ଷେପ କରିଥିବା ଶ୍ରୀ ରାଏ ଅଭିଯୋଗ କରିବା ସହ ଉକ୍ତ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ କରିଛନ୍ତି । ତବେ ପୋଲିସ ଘଟଣାର ତୁରନ୍ତ ଅନୁସନ୍ଧାନ କଲେ, ଅଭିଯୋଗ ମୁତାବକ ଶ୍ରୀ ରାଏ ସୁରକ୍ଷିତ ଅନୁଭବ କରିବା ସହ ଘଟଣାର ସତ୍ୟାସତ୍ୟ ଉଜାଗର ହେବ ବୋଲି କହିଛନ୍ତି ।

nrusinghnath
Leave A Reply

Your email address will not be published.