ସଇଁତଲାଠାରେ ଶ୍ରୀମଦ ଭାଗବତ କଥାମୃତ ଉପଲକ୍ଷେ କଳସ ଶୋଭାଯାତ୍ରା  

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରାମ ମନ୍ଦିର ପରିସରରେ ଗୋବିନ୍ଦ ନାରାୟଣୀ ପରିବାର ତରଫରୁ ବୃନ୍ଦାବନରୁ ଆସିଥିବା ମହାରାଜ ଶ୍ରୀ ଶ୍ରୀ ଚିନ୍ମୟ ଦାସଜୀ ଯୋଗଦାନ କରି ଶ୍ରୀମଦ ଭାଗବତ କଥା ଉପରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଭାଗବତ କଥା ଆଜିଠାରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଆଜି ସକାଳୁ ସଇଁତଲା ସ୍ଥିତ ରାମ ମନ୍ଦିର ପରିସରରୁ ଘଣ୍ଟାବାଦ୍ୟ ଓ ସଂକୀର୍ତ୍ତନରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଲାନ୍ଥନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ପରେ କଳସରେ ପବିତ୍ର ଜଳ ଆଣି ମନ୍ଦିରରେ ସ୍ଥାପନ କରିଥିଲେ । ଉକ୍ତ ଭାଗବତରେ କର୍ତ୍ତା ଭାବରେ ଗଜାନନ୍ଦ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ମିନାଦେବୀ ଅଗ୍ରୱାଲ ପୂଜା ଦାୟିତ୍ୱ ତୁଳାଇଥିଲେ । ପ୍ରବଚନ କାର୍ଯ୍ୟକ୍ରମଟି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କରିବା ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋୟଲ ପରିବାରରୁ ଅର୍ଜୁନଲାଲ ଅଗ୍ରୱାଲ, ଭୀମସେନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ବଜରଙ୍ଗଲାଲ ଅଗ୍ରୱାଲ, କପିଳ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଦ୍ୱାରିକା ପ୍ରସାଦ ଅଗ୍ରୱାଲ, ସୀତାରାମ ଅଗ୍ରୱାଲ, ତୁଳସୀରାମ ଅଗ୍ରୱାଲ, ଗଜାନନ ଅଗ୍ରୱାଲ, ରାଜକୁମାର ଅଗ୍ରୱାଲ, ବାବୁଲାଲ ଅଗ୍ରୱାଲ, ହଁସରାଜ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ପବନ ଅଗ୍ରୱାଲ ଓ ବାଦଲ ଅଗ୍ରୱାଲଙ୍କ ସମେତ ଗୋୟଲ ପରିବାରର ସମସ୍ତ ସକ୍ରିୟ ସଦସ୍ୟ ଓ ସଦସ୍ୟାମାନେ ସାମିଲ ହେବା ସହ ସଇଁତଲାବାସୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.