ଅଭିନବ ଉପାୟରେ ଶିକ୍ଷାଦାନ କରି ଚର୍ଚ୍ଚାରେ ସିଆର୍‌ସିସି

କୋରାପୁଟ, (ବିକ୍ରାନ୍ତ କୁମାର ବେବୋର୍ତ୍ତା) : ସରକାର ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତଥାପି କେତେକ ଛାତ୍ରଛାତ୍ରୀ ଅଧାରୁ ବିଦ୍ୟାଳୟ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ତଥା ଛାତ୍ରଛାତ୍ରୀ ମାନଙ୍କୁ ଅଭିନବ ଉପାୟରେ ଶିକ୍ଷାଦାନ କରି ଚର୍ଚ୍ଚାର ପରିଧି ଭିତରେ ଅଛନ୍ତି ଜଣେ ସିଆର୍‌ସିସି । ସେହି ସିଆର୍‌ସିସି ହେଉଛନ୍ତି ବୈପାରୀଗୁଡା ବ୍ଲକର କାହ୍ନୁ ସାର । ଶିଶୁମାନଙ୍କ ଅକ୍ଷର ଶିକ୍ଷା ପାଇଁ ସେ ନିଜ ଉଦ୍ୟମରେ କାଠପଟାରେ ଖୋଦେଇ କରି ଏକ ଅଭିନବ ଉପାୟରେ ଶିକ୍ଷାଦାନ ପାଇଁ ପ୍ରୟାସ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର କାହ୍ନୁ ସାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନୂଆ ନୂଆ ପଦ୍ଧତିର ପ୍ରୟୋଗ କରି ଶିକ୍ଷପ୍ରେମୀ ମାନଙ୍କ ପ୍ରିୟଭାଜନ ହୋଇଛନ୍ତି ।

Leave A Reply

Your email address will not be published.