
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଜରାସିଂହା ସ୍ଥିତ ଶାଶ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ସଶକ୍ତିକରଣ ଶାଖା ଦ୍ୱାରା ଛାତ୍ରୀ ମାନଙ୍କର ଏକ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପୁରୁଷୋତ୍ତମ ମେହେର ଅଧ୍ୟକ୍ଷତା କରି ଉଦଘାଟନ କରିବା ସହ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟରେ ସେମାନଙ୍କର ସୁରକ୍ଷା ସମ୍ପର୍କରେ ଦିଗ ଦର୍ଶନ ପ୍ରଦାନ କରିଥିଲେ । ଛାତ୍ରୀ ସାବିତ୍ରୀ ସାହୁ, ବର୍ଷା ସାହୁ, ପଦ୍ମିନୀ ସାହୁ, ପୂଜା ପ୍ରଧାନ, ସରସ୍ୱତୀ ସାହୁ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ବିଷ୍ଣୁ ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରତିଭା ସୁନା, ମାଷ୍ଟର ଟ୍ରେନର ଅଭିନନ୍ଦା ସରାଫ, ଜଗଦୀଶ ସିଂ ବାବୁ ନିଜର ବକ୍ତବ୍ୟ ପ୍ରଦାନ କରି ସାମ୍ପ୍ରତିକ ସମୟରେ ଛାତ୍ରୀମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ବିନ୍ଦୁ ସାଗର ବେହେରା ଛାତ୍ରୀମାନଙ୍କର ଆତ୍ମା ସୁରକ୍ଷା ସମ୍ବନ୍ଧରେ ସଚେତନ କରିଥିଲେ । ଛାତ୍ରୀ ଶୁଭଶ୍ରୀ ଏବଂ ଲକ୍ଷ୍ମୀପ୍ରିୟା ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତା ମେହେର, ବ୍ୟାସଦେବ ଦଣ୍ଡସେନା, ଶ୍ରୀତମ ଯୋଷୀ, ଶ୍ରୀନିବାସ ଗଡତ୍ୟା, ନଳିନୀକାନ୍ତ ପ୍ରଧାନ, ପ୍ରମୋଦ ମେହେର, ଧ୍ରୁବ ଚରଣ ବାରିକ, କମଳ ମେହେର, ଧନେଶ୍ୱର ଥନାପତି, ଶଙ୍କର ପଧାନ, ସନ୍ତୋଷ ଝାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।