jayashree

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ କଲେଜ ପରିସରରେ ମହାସମାରୋହରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆଶୁକବି ଡଃ. ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ, ପ୍ରବୀଣ ସ୍ତମ୍ଭକାର ତଥା ଅଦ୍ୱିତୀୟ ବାଗ୍ମୀ ତୁଳସୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଗଙ୍ଗାଧରୀୟ ସାହିତ୍ୟର ଜଣେ ପ୍ରମୁଖ ବକ୍ତା ଅଧ୍ୟାପକ ଡଃ. ଲକ୍ଷ୍ମଣ କୁମାର ମେହେର ଯୋଗ ଦେଇ ଗଙ୍ଗାଧରଙ୍କ ବ୍ୟକ୍ତିତ୍ଵ ଓ ସାହିତ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି, ଶ୍ରେଷ୍ଠ କଳାକାର ତଥା ବରିଷ୍ଠ ଶିକ୍ଷାବିତ୍ ଡଃ. ସୁଧାଂଶୁ ଭୂଷଣ ମେହେର ଯୋଗ ଦେଇ ମେହେର କବିଙ୍କ ତପସ୍ଵିନୀ କାବ୍ୟ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ପ୍ରଧାନ ଓ ସମ୍ବାଦ ପ୍ରତିନିଧି ଅରବିନ୍ଦ ବିଶ୍ଵାଲ ଯୋଗ ଦେଇଥିଲେ । ଅଧ୍ୟାପକ ତଥା ଆକାଶବାଣୀ ବଲାଙ୍ଗିରର ଉନ୍‌ଘେଷେକ ରବୀନ୍ଦ୍ର ମହାକୁର ସଭା ସଞ୍ଚାଳନ କରିଥିଲେ ଓ କଲେଜର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଲେଜ ପରିସରରେ ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ ଅଧ୍ୟାପିକାମାନେ ସମାପନୀ ସଂଗୀତ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଡଃ. ମେହେରଙ୍କୁ ସାହିତ୍ୟ ଘର ପକ୍ଷରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ସୁଧାକର ପ୍ରଧାନ(ଖ), ସନ୍ତୋଷ କୁମାର ବେହେରା, ଦେବାଶିଷ ମହାପାତ୍ର, ଅବନୀ ସାହୁ, ନରସିଂହ ମେହେର, ଯୁଗଳ କିଶୋର ସାହୁ, ସତ୍ୟବାଦୀ ସରାଫ ତଥା ସଦସ୍ୟା ହୀରାବତୀ ସାହୁ, କନକଲତା ପଣ୍ଡା, ବବିତା ନାୟକ ଓ ତୃପ୍ତିମୟୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ

Leave A Reply

Your email address will not be published.