csstore

ଭ୍ରମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ଲୋୟର ସୁକତେଲ ବୁଡି ଅଞ୍ଚଳର କୁମିଆପାଲି ଗ୍ରାମର ଶ୍ରୀରାମ ନବମୀ ମଣ୍ଡପ ଠାରେ କ୍ଲ।ପ- ଆଇନ ସେବା ସଂସ୍ଥା କଟକ ଓ ଜ଼ିନ୍ଦାବାଦ ସଂଗଠନ, ବଲାଙ୍ଗିରର ମିଳିତ ଉଦ୍ୟମରେ ଭ୍ରମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଦିବାସୀ ନେତା ରାମଚନ୍ଦ୍ର ବରିହା ସଭାପତିତ୍ୱ କରିଥିବା ବେଳେ ଲୋୟର ସୁକତେଲ ବୁଡିଅଞ୍ଚଳ ସଂଗ୍ରାମ ପରିଷଦର ପ୍ରତିଷ୍ଠାତା ଓ ଜ଼ିନ୍ଦାବାଦ ସଂଗଠନର ଉପଦେଷ୍ଟା ତଥା ଆଇନଜୀବୀ ତ୍ରିଲୋଚନ ପୁଞ୍ଜି ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ରୂପେ କ୍ଲାପର ନିର୍ଦେଶକ ତଥା ହାଇକୋର୍ଟର ଆଇନଜୀବୀ ସନ୍ତୋଷ କୁମାର ପ୍ରଧାନ, ମୁଖ୍ୟବକ୍ତା କ୍ଲ।ପର ଆଇନ ପରାମର୍ଶଦାତା ତଥା ହାଇକୋର୍ଟର ଆଇନଜୀବୀ ଚନ୍ଦ୍ରଦେବ ପୁରୋହିତ, ସମ୍ମାନିତ ଅତିଥି ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର, ସଂଗ୍ରାମ ପରିଷଦର ସମ୍ପାଦକ ସତ୍ୟ ବନଛୋର, ଆଦିବାସୀ ନାରୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ବରିହା, ଲଢୁଆ ସଂଗ୍ରାମୀ ନାରୀ ନେତ୍ରୀ ଶ୍ରୀମତୀ ପାଞ୍ଚାଳୀ ପଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଲୋୟର ସୁକତେଲ ଡ୍ୟାମ ଦ୍ୱାରା ବିସ୍ଥାପିତ ଓ ପ୍ରଭାବିତ ପରିବାର ମାନଙ୍କୁ ନ୍ୟାୟ ଦେବା ପାଇଁ ଆଇନଗତ ଲଢେଇ କରିବା ପାଇଁ ନିଷ୍ପତ୍ତି ନିଆଗଲା ।

jayashree
Leave A Reply

Your email address will not be published.