ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ ଆର୍ଜିପଲ୍ଲୀରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଗୁରୁବାର ଆର୍ଜି ପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର କମ୍ୟୁନିଟ୍ ହଲରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶିବିରର ଉପାଦେୟତା ଲାଭ କରି ଆଇ.ଆର.ଇ.ଏଲ୍ (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ଶିବିରରେ ପ୍ରାୟତଃ ଦୁଇଶହରୁ ଉର୍ଦ୍ଧ୍ବ ରୋଗୀ ଏହି ବହିଃ-ଚିକିତ୍ସା ସେବା ସୁବିଧା ଲାଭ କରିଥିଲେ । ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର ରିସର୍ଚ୍ଚ ତଥା ସି.ଏସ୍.ଆର. ଏନ୍. କେ. ନାୟକ, ମ୍ୟାନେଜର ସି.ଏସ୍.ଆର. ଦୀପକ କୁମାର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଦିବା ୧୦ ଘଂଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଘଂଟାରେ ଏହି ଶିବିର ସମାପ୍ତ ହୋଇଥିଲା । ଏହି ଶିବିର ରେ ପ୍ରାୟତଃ ଦୁଇଶହରୁ ଉର୍ଦ୍ଧ୍ବ ରୋଗୀଙ୍କୁ ବହିଃ-ଚିକିତ୍ସା ସେବା ଲାଭ ହୋଇ କରିଥିଲେ ଏବଂ ସେମାନଙ୍କୁ ଉନ୍ନତମାନର ଔଷଧୀୟ ଉପକରଣ ମାଗଣାରେ ପ୍ରଦାନ କରାଯାଇଛି । ଡାକ୍ତର ଏ.ପାଲ, ଡାକ୍ତର ଶ୍ରୀମତୀ ବି.ଶୁଭା, ଔଷଧୀୟ ପରାମର୍ଶ କେନ୍ଦ୍ରରେ ଫାର୍ମାସିଷ୍ଟ ରଜନୀକାନ୍ତ ପାତ୍ର, ଫାର୍ମାସିଷ୍ଟ କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ଫାର୍ମାସିଷ୍ଟ ନିଶିକାନ୍ତ ଖୁଣ୍ଟିଆ, କନିଷ୍ଠ ସହକାରୀ ସ୍ୱାସ୍ଥ୍ୟ ସହାୟିକା ମମତା ପଣ୍ଡା, ପ୍ରମୁଖ ଏହି ସ୍ୱାସ୍ଥ୍ୟସେବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

9 − four =