pakka

ଅଶୋକା ବିଲ୍ଡକନ୍ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

kalikesh

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଶୋକା ବିଲ୍ଡକନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଟୋଲଗେଟ୍ ବରାହଗୋଡାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାରତୀୟ ଜାତୀୟ ରାଜପଥ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ଵର ରାଏ ଓ ଅଶୋକାର ସୁବାଷ ବାରିକ ଫିତା କାଟି ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା । ଏହି ଶିବିରକୁ ନିଷ୍ଠା ପରିବାରର ଉପସଭାପତି ଆଶିଷ କର, ଉପଦେଷ୍ଟା ଅଶ୍ଵିନୀ ତ୍ରିପାଠୀ, ସହ ସମ୍ପାଦକ ସଙ୍କେତ ଆଠଘରା, ଲିଙ୍ଗରାଜ ସାହୁ, ଚିତ୍ରସେନ ପ୍ରଧାନ, ଧର୍ମରାଜ ସାହୁ, ଭାଗିରଥି ସାହୁ ଓ ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଳା, ରିନା ମହାରଣା, କେ. ସରସ୍ଵତୀ ସୂଚାରୁ ରୂପେ ପରିଚାଳନା କରିଥିଲେ । ନିଷ୍ଠା ପରିବାର ତରଫରୁ ଅଶୋକା ବିଲ୍ଡକନ ବରାହଗୋଡାର ପଦାଧିକାରୀଙ୍କୁ ରକ୍ତଦାନ ଶିବିର ଆୟୋଜନ ପାଇଁ ସ୍ମୃତି ଚିହ୍ନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

pp
Leave A Reply

Your email address will not be published.

13 − 3 =