jsm

ଅର୍ଦ୍ଧେନ୍ଦୁ ଦାସଙ୍କ ଅନ୍ୟାୟ ଗିରଫଦାରୀକୁ ନେଇ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ : ଉପ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସତ୍ୟ ନିର୍ଭିକ ନିରପେକ୍ଷ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯାଇ ଥିବାରୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ଏବଂ ସରକାର ଗଣତନ୍ତ୍ରକୁ ହତ୍ୟା କରିଥିବା ହୀନ ପ୍ରୟାସକୁ ତୀବ୍ର ନିନ୍ଦା କରାଯାଇଛି ଓ ଓଡିଶା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ନେଇ ସାମ୍ୱାଦିକଙ୍କ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି । ଏ ନେଇ ଆଜି ପିଡବ୍ଲୁଡ଼ି ଛକରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିଃସର୍ତ୍ତ ଖଲାସ ପାଇଁ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ଖଲାସ କରାନଗଲେ ଆଗାମୀ ଦିନରେ କଳାବ୍ୟାଚ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇବାକୁ ବାଲିଗୁଡା ସାମ୍ବାଦିକ ସଙ୍ଘ, ଫ୍ରଣ୍ଟ ଲାଇନ ସାମ୍ବାଦିକ ସଙ୍ଘ, କେୟୁଜେ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବଡ଼ ଖବରର ବାଲିଗୁଡା ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଅସିତ ବେହେରା, ସୁରେଶ କୁମାର ପତି, ଚିତ୍ତ ରଞ୍ଜନ ନାୟକ, ଅଜିତ ନାୟକ ପ୍ରମୋଦ ଦଣ୍ଡସେନା ଭଗବତୀ ପ୍ରସାଦ ସାବତ, ସୁରେଶ କୁମାର ପଣ୍ଡା, ସୁବ୍ରତ କୁମାର ମାଝୀ, ତାପସ କୁମାର ନାୟକ, ବନବାସୀ ପ୍ରଧାନ, ଲକ୍ଷ୍ମୀ ନାରାୟଣ ମଲ୍ଲୀକ ପ୍ରମୁଖ ଯୋଗଦେଇଥିଲେ ।

yuvodaya
Leave A Reply

Your email address will not be published.