jsm

ନଗର କଂଗ୍ରେସ ଉପସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ଉପସଭାପତି ତଥା ସ୍ଥାନୀୟ ବିଧାୟକଙ୍କ ଆରଡବ୍ଲୁଏସଏସ ପ୍ରତିନିଧି ସଂଜୀବ ଗୁରୁଙ୍କ ରବିବାର ଦିନ ଭୀମଭୋଇ ମେଡିକାଲ କଲେଜରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଶୋକରେ ଆଜି ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ଯୁବ ନେତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ସ୍ୱର୍ଗତ ଗୁରୁଙ୍କ ସ୍ମୁତିଚାରଣ କରିବା ସହ ତାଙ୍କ ବିୟୋଗରେ କଂଗ୍ରେସ ଦଳ ଜଣେ ଟାଣୁଆ ସଂଗଠକ ତଥା ଦରଦୀ ବନ୍ଧୁଙ୍କୁ ହରାଇଲା ଏବଂ ଏହା ଦଳ ତଥା ସହର ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟ ବକ୍ତାମାନେ ମଧ୍ୟ ସ୍ୱର୍ଗତ ଗୁରୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ସ୍ମୁତିଚାରଣ କରିଥିଲେ । ନଗର କଂଗ୍ରେସ ସଭାପତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଅଜୟ ବାଲି,ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଯୁବନେତା ଚନ୍ଦ୍ରମଣୀ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଂଗଠନ ସଂପାଦକ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ପବିତ୍ର ବେହେରା, ବ୍ରଜ ସେଠି, ବ୍ୟାସଦେବ ନନ୍ଦ, ଜୁଲୁ ପଟ୍ଟନାୟକ, ଅନନ୍ତ ମଛଖଣ୍ଡ, ସୁରେନ୍ଦ୍ର ଅଶ୍ୱପାକ, ଦୀପନ ଯୋଷୀ, କିରନ ସେଠ, ସୁଦର୍ଶନ ମିଶ୍ର, ବିରଜା ପାଣ୍ଡେ, ଗୋବିନ୍ଦ ପଣ୍ଡା, ବୁଲୁ ବେହରା ଓ ପବିତ୍ର ନେପାକ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.