jsm

ସାମାଜିକ କର୍ମୀ ସ୍ୱର୍ଗତା ପ୍ରିୟଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏସ୍‌ଜେ ରେଜେନ୍ସିଠାରେ ମାହେଶ୍ୱରୀ ଅନୁଷ୍ଠାନର ମହିଳା ଶାଖାର ସହ ସଂଯୋଜିକା ସ୍ୱର୍ଗତା ପ୍ରିୟଙ୍କା ପଟ୍ଟନାୟକଙ୍କ ବିୟୋଗରେ ଆଜି ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପ୍ରିୟଙ୍କାଙ୍କ ବାପା ଅଜୟ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସଭାରେ ଥିବା ବେଳେ ଉପସ୍ଥିତ ସଭାରେ ଶ୍ରଦ୍ଧାଞ୍ଜଳି ଦେଇ ସମସ୍ତଙ୍କ ଆଖି ଭିଜିଯାଇଥିଲା । ବଲାଙ୍ଗିରରେ ଦିନକୁ ଦିନ ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟାର ପ୍ରବଣତା ବଢୁଥିବା ବେଳେ ଏହା ଯୁବ ସମାଜ ପାଇଁ କ୍ଷତିକାରକ । କୌଣସି କଥାରେ ହତାଠ୍‌ ଦୁଃଖ ବ୍ୟକ୍ତ କରି ଏଭଳି ପଦକ୍ଷେପ ନେଉଥିବାରୁ ସମାଜରେ ନକରାତ୍ମକ ପ୍ରଭାବ ପଡୁଛି । ଯୁବକ, ଯୁବତୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠମାନେ ଆସି ଶ୍ରଦ୍ଧାଞ୍ଜଳି ଦେବା ବହୁତ୍‌ ଦୁଃଖର କଥା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଭଳି ପଦକ୍ଷେପରୁ ଯୁବପିଢି ଦୂରେଇ ରହିବାକୁ ସଚେତନ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ମାନଙ୍କରେ ସଚେତନତା କରାଯିବ ବୋଲି ମତପ୍ରକାଶ ପାଇଥିଲା । ଉପଦେଷ୍ଟା ବ୍ୟାସଦେବ ନନ୍ଦଙ୍କ ସଂଯୋଜନାରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଦେଓଗାଁ ବିଡିଓ ରାମଦତ୍ତ ଭୋଇ, ରତନ ମହାରାଣା, ପ୍ରଭାକର ମିଶ୍ର, ପ୍ରତାପ ରଥ, ଦିନେଶ ଶର୍ମା, ଡା. ମଞ୍ଜୁବାଳା ପଣ୍ଡା, ଶ୍ରୀକାନ୍ତ ଶର୍ମା, ନୂତନ ଦାସ, ବିନୋଦ କାଲସାଏ, ବିଭୁ କଲ୍ୟାଣ ଗଡ଼ତ୍ୟା, ପ୍ରଶାନ୍ତ ମହାକୁର, ପ୍ରଦୀପ ଧାଣ୍ଡିଆ, ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସୋଭନ ଅଗ୍ରୱାଲ, କ୍ରିତୀକା ଅଗ୍ରୱାଲ, ଆଶିଷ ଜେନା, ସୁଶ୍ରିତା ଠାକୁର, ସୋନିଆ ବେଜ, ବର୍ଷା ସିଂ, ଇସିକା ଦାସ, ପ୍ରିୟା ବହିଦାର, ପୂଜା ଦଳପତି, ଲିଜା ଦଳପତି, ସୌମ୍ୟ ରଂଜନ ପଣ୍ଡା, ଫାଲଗୁନି ତ୍ରିପାଠୀ, ତୁଷାର ଦାସ, ପ୍ରିତୀଶ ସାହୁ, ସୋମନାଥ ଘିବେଲା, ସୌମ୍ୟ ରଂଜନ ବେହେରା, ରାଜ ବାଳୁଙ୍କେଶ୍ୱର ନନ୍ଦ, ସାହିଲ ସିଂ ଗଡ଼ତ୍ୟା, କରନ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତା ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ।

yuvodaya
Leave A Reply

Your email address will not be published.