om academy

ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ସବୁଜିମା ପରିବେଶ, ଘଞ୍ଚ, ଜଙ୍ଗଲ, ବଣ-ପାହାଡ଼ ପର୍ବତଘେରା ଅଞ୍ଚଳରେ ଅନେକ ଶକ୍ତିପୀଠ କେଉଁ ଆବାହମାନ କାଳରୁ ପ୍ରତିଷ୍ଠିତ ହୋଇଅଛି । ପବିତ୍ର ଋଷିକୂଲ୍ୟାନଦୀ ଓ ତା’ର ଉପନଦୀମାନଙ୍କ ଅବବାହିକାରେ ଅନେକ ଦେବା ଦେବୀ ବିଦ୍ୟମାନ । ଗଞ୍ଜାମ ସହର ଓ ଛତ୍ରପୁର ସହର ଉପକଣ୍ଠସ୍ଥ ମା’ରାମଚଣ୍ଡୀ ପୀଠର ମହତ୍ତ୍ୱ ମହିମା ସୁବିଦିତ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୭ କିମି.ଦୂରରେ ଥିବା ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ମା’ ରାମଚଣ୍ଡୀଙ୍କ ବିଜେସ୍ଥଳି । ପ୍ରତିବର୍ଷ ଏଠାରେ ଦେବୀଙ୍କ ନବରାତ୍ର ପୂଜା ଅବସରରେ ଷୋଡଶ ଉପଚାରରେ ଯଥା ରୀତିରେ ପାଳିତ ହୋଇ ଆସୁଥିବା ଏହି ଦେବୀ ମନ୍ଦିରକୁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ରାମଚଣ୍ଡୀ ପାହାଡ଼ ତଳେ ଗଞ୍ଜାମ ବ୍ଲକ୍‌ର ବିରିପୁର, ଆଲିଆବାଦ, କରପଡ଼ା ଆଦି ଗ୍ରାମ ସମୂହ ଗଢ଼ି ଉଠିଛି । ପ୍ରାକୃତିକ ସବୁଜିମା ଏବଂ ବୋହି ଯାଇଥିବା ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀର ଅବବାହିକାର ପ୍ରକୃତିର ଅନବୈଦ୍ୟ ପର୍ବତର ଶୀର୍ଷ ସ୍ଥାନରେ ତ୍ରିଶକ୍ତିର ଆଧାରରେ ପୂଜିତ ମା’ରାମଚଣ୍ଡୀ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ଵତୀ ଭାବେ ସୁବିଦିତ ଓ ଜନମାନସରେ ପୂଜିତ ହୋଇ ଆସୁଛନ୍ତି । ଅବାଳ ବୃଦ୍ଧ, ବନୀତାଙ୍କ ସକଳ କଲ୍ୟାଣର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ତିନି ଯୁଗ୍ମ ରୂପରେ ଦର୍ଶନ ଦେଇ ଦେବୀ ଶକ୍ତି ସ୍ୱରୂପିଣୀ ଆଦ୍ୟାଶକ୍ତି ମା’ ରାମଚଣ୍ଡୀ ଅନେକ ଆଲୌକିକ ଶକ୍ତିର ଅଧିକାରିଣୀ ଭାବେ ଜନ ମାନସରେ ପ୍ରସିଦ୍ଧି ଲାଭ କରିଛନ୍ତି । ଅନ୍ୟପକ୍ଷରେ ଏହି ତିନିମୁଖ ବିଶିଷ୍ଟ ଦେବୀ ଜୟଚଣ୍ଡୀ, ରାମଚଣ୍ଡୀ, ହରଚଣ୍ଡୀ ନାମେ ଏହି ନିକଟ ପୁରପଲ୍ଲୀବାସୀଙ୍କ ଦ୍ଵାରା ଏକ ନିଆରା ଭାବେ ପରିଚିତ ହୋଇ ଜନମାନସରେ ଭକ୍ତି ଓ ବିଶ୍ୱାସ ଭାଜନରେ ପ୍ରଚଳିତ ହୋଇଆସିଛନ୍ତି । ଦେବୀଙ୍କ ମହିମା ଉପରେ ତ୍ରେତ୍ତୟା ଯୁଗର ରାମଚନ୍ଦ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଏବଂ ପୂଜିତ ହୋଇଥିବା ନେଇ ଏହି ଠାକୁରାଣୀଙ୍କ ନାମ ରାମଚଣ୍ଡୀ ବୋଲି ଉଲ୍ଲେଖ ରହିଥିବା କୁହାଯାଏ । ରାମଚନ୍ଦ୍ରଙ୍କ ବନବାସ ସମୟରେ ଏଠାରେ ରହଣି କାଳରେ ଦେବୀଙ୍କ ଆରାଧନା କରିଥିଲେ ବୋଲି କିମ୍ବଦନ୍ତୀ କହେ ।

Leave A Reply

Your email address will not be published.

4 − three =