ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଶିଳ୍ପୀ ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଶିଳ୍ପୀ ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ରାଜ୍ୟ ତଥା ଦେଶର କଳା ଓ ଭାସ୍କର୍ୟ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସ କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଏହି ବିଶିଷ୍ଟ ରାଜନେତାଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କହିଛନ୍ତି ଓ ଏଥି ସହ ମନ୍ତ୍ରୀ ଶ୍ରୀ ଦାସ ସ୍ବର୍ଗତ ଆମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓ

ସେହିପରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମଧ୍ୟ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ସମଗ୍ର ବିଶ୍ୱରେ ନିଜସ୍ୱ ପରିଚୟ ପ୍ରତି୍‌ଷ୍ଠା କରିଥିଲେ । ଓଡ଼ିଶାର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ସମୃଦ୍ଧ କରିବା ସହିତ ଏହାର ପ୍ରଚାର, ପ୍ରସାର ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଳେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ବିଶିଷ୍ଟ ସୃଜନଶିଳ୍ପୀଙ୍କୁ ହରାଇଲା ।

ରାଜ୍ୟସଭା ସାଂସଦ ତଥା ଆନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଦେଶ ବିଦେଶରେ ଜଣେ ଭାସ୍କର୍ଯ୍ୟଶିଳ୍ପୀ ଭାବେ ବେଶ୍‌ ପରିଚିତ ଓ ପ୍ରତିଷ୍ଠିତ ଥିଲେ । ଓଡ଼ିଶାର କଳା, ଐତିହ୍ୟ ଓ ଶିଳ୍ପ ପରମ୍ପରାକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ତାଙ୍କ ପରଲୋକ ଓଡ଼ିଶାର ଶିଳ୍ପ କଳା ପାଇଁ ଏକ ଅପୂରଣୀୟ କ୍ଷତି ।

ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଅମର ଅତ୍ମାର ସଦ୍‌ଗତି କମାନ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଉଭୟ ମନ୍ତ୍ରୀ ଶ୍ରୀମତୀ ଦିଆନ ଏବଂ ଶ୍ରୀ ସାରକା ।

Leave A Reply

Your email address will not be published.

six − 4 =

error: Content is protected !!