csstore

ଜୟପାଟଣା ସତସଙ୍ଗ ବିହାରଠାରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ୧୩୬ତମ ଜନ୍ମୋତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ସତସଙ୍ଗ କେନ୍ଦ୍ରଠାରେ ଆୟୋଜିତ ସତସଙ୍ଗରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭାବ ପୂର୍ଣ୍ଣ ଉପସ୍ଥିତିରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ୧୩୬ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସମାରୋହରେ ସତ୍ୟ ନାରାୟଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବାଞ୍ଛାନିଧି ବେହେରା ପରିଚାଳନା କରିଥିଲେ । ରବୀନ୍ଦ୍ର କୁମାର ଖମାରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଗଗନ ବିହାରୀ ଖମାରୀ ଓ ସୁରଜିତ ଖମାରୀଙ୍କ ତତ୍ତ୍ଵାବଧାନରେ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ସୁନ୍ଦର ଭାବେ ପରିବେଷଣ କରିଥିଲେ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସତ୍‌ସଙ୍ଗୀ ଆନନ୍ଦ କୁମାର ସିଂହ, ସଞ୍ଜୟ କୁମାର ପଣ୍ଡା, ଭାଗିରଥି ପାତ୍ର, ଅକ୍ଷୟ କୁମାର ପାଢ଼ୀ, ସୁରାଗ ରଞ୍ଜନ ଖମାରୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଠାକୁରଙ୍କ ମହତ୍ ବାଣୀକୁ ଜୀବନର ଆଭିମୁଖ୍ୟ ଭାବରେ ପାଳନ କରିବାକୁ ବକ୍ତବ୍ୟ ରଖିଥିଲେ । ସୁଶାନ୍ତ କୁମାର ଖମାରୀ ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ଠାକୁରଙ୍କ କିଛି ମହତ ବାଣୀ ଶ୍ରଦ୍ଧାଳୁମାନଙ୍କ ସମ୍ମୁଖରେ ଉପସ୍ଥାପନ କରି ପାଳନ ପାଇଁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ ।

jayashree
Leave A Reply

Your email address will not be published.