csstore

ସିଆଲବାହାଲିର ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଂଚାୟତର ସିଆଲବାହାଲିର ଶ୍ରୀ ଜଗନ୍ନାଥ ଯୁବକ ସଂଘ ଗାଁକୁ ସଫା ରଖିବା ପାଇଁ ଉଦ୍ୟମ କରି ସଫଳ ହେଇଛନ୍ତି । କିଛି ଦିନ ତଳେ ଗାଁକୁ ଆସୁଥିବା ବ୍ରିଜ ଏବଂ ରାସ୍ତାକୁ ସଫା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ, ଆଉଥରେ ଗାଁ ସଫେଇ କାର୍ଯ୍ୟଟି ଅନୁଷ୍ଠିତ ହେବ । ସେ ପ୍ରତିଶ୍ରୁତିକୁ ଆଜି ପୂରଣ କଲେ । ଆଜି ଚଲାପଥ ରାସ୍ତା, ମନ୍ଦିର ପରିସର ଏବଂ ନିର୍ମାଣଧୀନ ମନ୍ଦିରକୁ ମଧ୍ୟ ସଫା କରିଥିଲେ । ଗତ ବର୍ଷରେ ସଂଘର ସଭ୍ୟମାନେ ୩ଥର ଗାଁ ସଫେଇ କରିଥିଲେ । ଚଳିତ ବର୍ଷ ମଧ୍ୟ ଏକାଧିକ ଥର ସଫେଇ କରି ସାରିଲେଣି । ଏହି କାର୍ଯ୍ୟକ୍ରମଟି ସଂଘର ସଭାପତି ବଡ ମେହେର ଓ ଉପସଭାପତି ପଦ୍ମଲୋଚନ ବାଗଙ୍କ ନେତୃତ୍ୱରେ ସମ୍ପାଦିତ ହୋଇଛି । ଏଥିରେ ଏହି ସଂଘର ଅନ୍ୟାନ୍ୟ କର୍ମକର୍ତାମାନେ ମଧ୍ୟ ସହଯୋଗ କରିଥିଲେ ଯଥା ନରେଶ ଷାଣ୍ଢ, ସୋମନାଥ ଷାଣ୍ଢ, ତାପସ ରଞ୍ଜନ ଭୋଇ, ବିକାଶ ଗଡ଼ତ୍ୟା, ଆକାଶ ଚନ୍ଦନ, ଅଙ୍କୁଶ ଷାଣ୍ଢ, ଅଙ୍କିତ ଷାଣ୍ଢ, ଅଭି ଦେବଗୁରୁ, ଅଲିଫ ଦେବଗୁରୁ, ତପନ ଦେବଗୁରୁ, ରୋନକ ଧରୁଆ, ମୁନୁ ଧରୁଆ, ଅମିତ ଗଡ଼ତ୍ୟା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.