ସର୍ବଭାରତୀୟ ନିଟ୍‌ ୟୁଜି ପରୀକ୍ଷାରେ ସଂସ୍କାର ମେହେରଙ୍କ ସଫଳତା

csstore

ପାଟଣାଗଡ଼, (କେପିଏନ୍‌ଏସ୍‌) : ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-୨୦୨୬ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଭଟ୍‌ପାଲି ଗ୍ରାମର ସଂସ୍କାର ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ସମଗ୍ର ଭାରତରେ ୧୦୯୨୫ତମ ରେଙ୍କ ଅଧିକାର କରି ଅଂଚଳବାସୀଙ୍କୁ ଗର୍ବିତ କରିଛନ୍ତି । ପିତା ଜଗଦୀଶ ମେହେର ଓ ମାତା ଜୟନ୍ତୀ ମେହେରଙ୍କ ସୁପୁତ୍ର ସଂସ୍କାର ମୋଟ ୭୨୦ ମଧ୍ୟରୁ ୫୯୭ ମାର୍କ ପାଇଛନ୍ତି । ସଂସ୍କାର ବଲାଙ୍ଗିରର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଯୁବୋଦୟରେ ଶିକ୍ଷା ଲାଭ କରୁଥିଲେ । ସେ ପିଲାଟି ଦିନରୁ ଜଣେ ମେଧାବୀ ଓ ପରିଶ୍ରମୀ ଛାତ୍ର ଭାବେ ବେଶ୍ ଜଣାଶୁଣା । ନିଜର ଅକ୍ଳାନ୍ତ ପରିଶ୍ରମ, ମାତାପିତାଙ୍କ ଆଶୀର୍ବାଦ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଫଳରେ ସେ ଏହି ସଫଳତା ପାଇଛି ବୋଲି କହିଛନ୍ତି । ସଂସ୍କାର ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ସମାଜ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ, ଶିକ୍ଷକ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.