
ଓଡ଼ିଶାର ମୟୂରଉଡାନ ଗାଁ ସୋନପୁର ଜିଲ୍ଲାରୁ ଭାରତୀୟ ବିଜ୍ଞାନ ସଂସ୍ଥା ଖଡ଼ଗପୁର ପର୍ଯ୍ୟନ୍ତ, ପ୍ରତୀକ୍ଷା ବେହେରାଙ୍କ ସଫଳତା

- “ସ୍ୱପ୍ନର କୌଣସ଼ି ସୀମା ନଥାଏ, ଥାଏ କେବଳ ତାକୁ ସାକାର କରିବାର ସଂକଳ୍ପ ଓ ଅକ୍ଳାନ୍ତ ପର଼ିଶ୍ରମ” ।
ସୋନପୁର, (କେପିଏନ୍ଏସ୍) : ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ ସଫଳ ହୋଇ ଆଇଆଇଟିରେ ପଢିବାର ସ୍ୱପ୍ନ ରଖନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅତି କମ୍ ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟକୁ କେବଳ ଚାକିରି କିମ୍ବା ଉଚ୍ଚ ବେତନରେ ସୀମିତ ନ ରଖି, ବୈଜ୍ଞାନିକ ଓ ସମାଜ ପାଇଁ କିଛି ନୂଆ କରିବାର ସ୍ୱପ୍ନକୁ ବାଛନ୍ତି। ସେପରି ଜଣେ ଛାତ୍ରୀ ହେଲେ ପ୍ରତୀକ୍ଷା ବେହେରା। ସୁବର୍ଣ୍ଣପୁର ଜିଲ୍ଲାର ମୟୂରଉଡାନ ଗ୍ରାମ ସହ ତାଙ୍କ ପରିବାରର ମୂଳ ସମ୍ପର୍କ ରହିଥିଲେ ମଧ୍ୟ, ତାଙ୍କର ବ୍ୟକ୍ତିତ୍ୱ ଗଢିଉଠିଛି ପରିଶ୍ରମ, ଶୃଙ୍ଖଳା, ନମ୍ରତା ଓ ଶିକ୍ଷା ପ୍ରତି ଅତୁଟ ବିଶ୍ୱାସର ପାରିବାରିକ ମୂଲ୍ୟବୋଧ ମଧ୍ୟରେ । ଛୋଟ ବେଳୁ ପୁସ୍ତକକୁ ନିଜର ସର୍ବୋତ୍ତମ ବନ୍ଧୁ ଭାବେ ଗ୍ରହଣ କରିଥିଲେ । ଶିଖିବା ତାଙ୍କ ପାଇଁ କେବଳ ପରୀକ୍ଷା ପାସ୍ କରିବାର ଉପାୟ ନୁହେ, ବରଂ ନିଜକୁ ପ୍ରତିଦିନ ଆହୁରି ଉନ୍ନତ କରିବାର ଏକ ଯାତ୍ରା ଥିଲା । ଆଜି ସେହି ପ୍ରତୀକ୍ଷା ବେହେରା, ପୀତବାସ ବେହେରା ଓ ଶ୍ରୀମତୀ ତନୟା ବେହେରାଙ୍କ ଜ୍ୟେଷ୍ଠ କନ୍ୟା, ଭାରତର ସର୍ବୋଚ୍ଚ ବୈଜ୍ଞାନିକ ଗବେଷଣା ଅନୁଷ୍ଠାନ Indian Institute of Science (IISc), Bengaluru ର Bachelor of Science (Research) ପାଠ୍ୟକ୍ରମରେ ନାମ ଲେଖିଛନ୍ତି । ଏହା ସହିତ ରସ NISER Entrance Test (NEST) ଏବଂ IISER Aptitude Test (IAT) ରେ ମଧ୍ୟ ସଫଳତା ହାସଲ କରି ନିଜର ବୈଜ୍ଞାନିକ ପରିଚୟ ଦେଇଛନ୍ତି । ଏହି ସଫଳତା କେବଳ ଛାତ୍ରୀଙ୍କ ଶିକ୍ଷା ଗତ ସଫଳତା ନୁହେଁ, ଏହା ଏକ ପରିବାରର ସଂଘର୍ଷ, ମୂଲ୍ୟବୋଧ ଓ ବିଶ୍ୱାସର କାହାଣୀ। ପିତାଙ୍କ ସ୍ୱପନ, ମା’ଙ୍କ ତ୍ୟାଗ ପ୍ରତୀକ୍ଷାଙ୍କ ପିତା ପୀତବାସ ବେହେରା ଏକ ସାଧାରଣ ଗ୍ରାମୀଣ ପରିବାରର ବଢି ଉଠିଥିଲେ । ଆର୍ଥିକ ସମସ୍ୟା ଓ ସୀମିତ ସୁଯୋଗ ଥିଲେ ମଧ୍ୟ ନିଜ ସ୍ୱପ୍ନକୁ ଛାଡି ଦେଇନଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପୀତବାସ ସାମାଜିକ ବିକାଶ କାମ କରି ଶିଶୁ, ପରିବାର ଓ ସଶକ୍ତିକରଣ ପାଇଁ ନିଜକୁ ସମର୍ପିତ କରିଛନ୍ତି । ତାଙ୍କ ମା’ ଶ୍ରୀମତୀ ତନୟା ବେହେରାଙ୍କ ନୀରବ ତ୍ୟାଗ, ଅବିରତ ପ୍ରେରଣା ପ୍ରତୀକ୍ଷାଙ୍କ ସଫଳତାର ପାଲଟିଛି । ପରିବାରର ସବୁଠାରୁ ବଡ ସମ୍ପତି ଧନ ନଥିଲା, ଥିଲା ଶିକ୍ଷା ପ୍ରତି ଅତୁଟ ବିଶ୍ୱାସ । ସେମାନେ ନିଜ ଝିଅମାନଙ୍କୁ ଶିଖାଇଥିଲେ —”ଶିକ୍ଷା ହେଉଛି ଏକମାତ୍ର ସମ୍ପତ୍ତି, ଯାହାକୁ କେହି ଛଡାଇ ନେଇପାରିବେ ନାହିଁ।” ପରିଶ୍ରମରୁ ସଫଳତା ପର୍ଯ୍ୟନ୍ତ ପ୍ରତୀକ୍ଷା ଚିନ୍ମୟ ବିଦ୍ୟାଳୟ, ରାଉରକେଲାରୁ ୯୭.୨୦% ସହ ମାଟ୍ରିକ୍ ପାସ୍ କରିଥିଲେ। ପରେ ସେଭେନସ ହିଲସ ହାୟର ସେକେଣ୍ଡାରୀ ସ୍କୁଲ୍, ସମ୍ବଲପୁର ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। JEE Advanced ପାଇଁ ତାଙ୍କ ପ୍ରସ୍ତୁତି ଥିଲା ଶୃଙ୍ଖଳା, ଧର୍ଯ୍ୟ, ପରିଶ୍ରମ ଓ ଆତ୍ମବିଶ୍ୱାସର ଏକ ଉଦାହରଣ। ଚାପ ଓ ଅନିଶ୍ଚିତତା ସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ ବିଚଳିତ ହୋଇନଥିଲେ । JEE Advancedରେ ସଫଳତା ପରର ତାଙ୍କ ପାଇଁ ଆଇଆଇଟି ଖଡଗପୁରର ଦ୍ୱାର ଖୋଲିଥିଲା। କିନ୍ତୁ ତାଙ୍କ ଲକ୍ଷ୍ୟ କେବଳ ଜଣେ ଇଞ୍ଜିନିୟର ହେବା ନଥିଲା, ତାଙ୍କ ସ୍ୱପ୍ନ ଥିଲା ଜଣେ ବୈଜ୍ଞାନିକ ହେବାର, ପ୍ରତିଷ୍ଠା ନୁହେଁ, ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବାଛିବା। ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଆଇଆଇଟିର ପଢିବା ଏକ ସ୍ୱପ୍ନ । କିନ୍ତୁ ପ୍ରତୀକ୍ଷା ବେହେରା ନିଜକୁ ଏକ ପ୍ରଶ୍ନ ପଚାରିଥିଲେ— “ମୋର ଗବେଷଣା ପ୍ରତି ଆଗ୍ରହକୁ ସବୁଠାରୁ ଭଲ ଭାବରେ ସଂସ୍ଥା ପୂରଣ କରିପାରିବ” ଏହାର ଉତ୍ତର ଥିଲା ଆଇଆଇଏସ୍ସି, Bengaluru। ତାଙ୍କ ପାଇଁ ସଫଳତାର କେବଳ ଉଚ୍ଚ ବେତନର ଚାକିରି ନୁହେଁ, ବରଂ ନୂତନ ଜ୍ଞାନର ସୃଷ୍ଟି, ଗବେଷଣା ରଖିବା। ସମସ୍ତଙ୍କ ଅବଦାନକୁ ସମ୍ମାନ ପ୍ରତୀକ୍ଷା ବିଶ୍ୱାସ କରନ୍ତି, କୌଣସି ସଫଳତା କେବଳ ଜଣେ ବ୍ୟକ୍ତିର ନୁହେଁ। ଚିନ୍ମୟ ବିଦ୍ୟାଳୟ, ସେଭେନ ହିଲସ ହାୟର ସେକେଣ୍ଡାରୀ ସ୍କୁଲ୍, ଆକାଶ ଇନଷ୍ଟିଚ୍ୟୁଟର ସମସ୍ତ ଶିକ୍ଷକ, ମେଣ୍ଟର, ବନ୍ଧୁ, ଶୁଭେଚ୍ଛୁ ଓ ପରିବାରର ସମସ୍ତଙ୍କୁ ହୃଦୟରୁ କୃତଜ୍ଞ । ତାଙ୍କ ମତରେ, ପ୍ରତ୍ୟେକ ଶିକ୍ଷା, ପ୍ରତ୍ୟେକ ପ୍ରେରଣା ଓ ମାତାପିତାଙ୍କ ତ୍ୟାଗ ତାଙ୍କ ସଫଳତାର ହୋଇଛି । ଯୁବପିଢ଼ି ପାଇଁ ଏକ ବାର୍ତ୍ତା ପ୍ରତୀକ୍ଷାଙ୍କ ଯାତ୍ରା ପ୍ରମାଣ କରେ ଯେ, ଜନ୍ମ ସ୍ଥାନ କିମ୍ବା ଆର୍ଥିକ ପରିସ୍ଥିତି କେବଳ ସ୍ୱପର ସୀମା ନିର୍ଦ୍ଧାରଣ କରିପାରେ ନାହିଁ । “ନିଜ ପରିସ୍ଥିତିକୁ କେବଳ ସ୍ୱପ୍ନର ସୀମା ହେବାକୁ ଦିଅନି, ବରଂ ନିଜ ସ୍ଵପ୍ନ ଜୀବନର ଦିଗ ନିବେଶ କରିବାକୁ ଦିଅ” । ଏହା କେବଳ ଆରମ୍ଭ ଆଇଆଇଏସ୍ସି ନୂଆ ଯାତ୍ରା ଆରମ୍ଭ କରୁଥିବା ପ୍ରତୀକ୍ଷାଙ୍କ ସ୍ଵପ୍ନ ହେଉଛି ଜଣେ ସଫଳ ବୈଜ୍ଞାନିକ ହୋଇ ନିଜ ଗବେଷଣା ମାଧ୍ୟମରେ ସମାଜ ଓ ଦେଶର ଉନ୍ନତିରେ ଅବଦାନ ରଖିବା । ଏହା କେବଳ ଜଣେ ଛାତ୍ରୀଙ୍କ କାହାଣୀ ନୁହେ, ଏହା ଏକ ପରିବାରର ବିଶ୍ୱାସ, ଶିକ୍ଷକମାନଙ୍କ ଅବଦାନ ଓ ଜଣେ ଯୁବତୀଙ୍କ ସାହସିକ ନିଷ୍ପତ୍ତିର କାହାଣୀ। ପ୍ରତୀକ୍ଷା ବେହେରାଙ୍କ ଏହି ଯାତ୍ରା କେବଳ ମୟୂରଉଡାନ, ସୁବର୍ଣ୍ଣପୁର ଜିଲ୍ଲା କିମ୍ବା ଓଡିଶାର ଗବେଶଣା ନୁହେଁ, ଏହା ପ୍ରତ୍ୟେକ ଯୁବପିଢିଙ୍କ ପାଇଁ ପ୍ରେରଣା, ଯିଏ ବିଶ୍ୱାସ, ପରିଶ୍ରମ, ଜ୍ଞାନ ଓ ଦୃଢ଼ ସଂକଳ୍ପ ଦ୍ୱାରା ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରେ ।
