jsm

ପ୍ରଦୀପ ପଣ୍ଡା ପାଇବେ ସଂସ୍କୃତି ମିତ୍ର ସମ୍ମାନ

csstore

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡିଶାର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ପଞ୍ଚମ ବେଦ’ର ଏକ ବିଂଶତମ ବାର୍ଷିକୋତ୍ସବ ଚଳିତ ଅକ୍ଟୋଟବର ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାର କଳା ସଂସ୍କୃତିି ନାଟକ ସହିତ ଚାରି ଦଶନ୍ଧିରୁ ଅଧିକ କାଳ ଧରି ସଂଶ୍ଲିଷ୍ଟ ରହି ନାଟ୍ୟ ନିର୍ଦ୍ଦେଶନା ଏବଂ ଅଭିନୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମ୍ବଲପୁରର ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ପ୍ରଦୀପ ପଣ୍ଡାଙ୍କୁ ‘ସଂସ୍କୃତି ସମ୍ମାନ-୨୦୨୨’ରେ ସମ୍ମାନିତ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ପଣ୍ଡା ‘ଏନ୍ତା ଏନ୍ତା କଥା’, ଭାଲୁ ନାଟ କରେ ବଜାଇ ବାଜା’, ‘ରାମଦାସର କଥାନି’, ‘ତୁମେ ଅଛ ବଲି’, ‘ଫୁଲ’, ‘ଦିନ’, ‘ଭାର’ ପ୍ରଭୃତି ନାଟକରେ ଉଚ୍ଚକୋଟୀର ଅଭିନୟ କରି ବଳିଷ୍ଠ ଛାପ ଝାଡିବା ସହ ସିଡି ଫିଲ୍ମ, ଟେଲିଭିଜନ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।

yuvodaya
Leave A Reply

Your email address will not be published.