ବିଶ୍ୱଜିତଙ୍କୁ ବନ ବିଭାଗ ତରଫରୁ ସମ୍ମାନିତ : ଫପସି ଗ୍ରାମରେ ଲୋକେ ବେଶ ଉତ୍ସାହିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବନବିଭାଗ ଆନୁକୂଲ୍ୟରେ ବନ୍ୟଜନ୍ତୁ ସପ୍ତାହ ସ୍ଥାନୀୟ ମେଗା ନର୍ସରୀଠାରେ ଅନୁଷ୍ଠିତ ହୋଇଯାିଛି । ଏହି ଅବସରରେ ବଲାଙ୍ଗିର ଡିଏଫଓ ନୀତିଶ କୁମାର ମୁଖ୍ୟଅତିଥି ଭାବରେ ଯୋଗଦେଇ ସଇଁତଲା ବ୍ଲକ ଫପସି ଗ୍ରାମର ବିଶ୍ୱଜିତ ତାଣ୍ଡିଙ୍କୁ ସବଡ଼ିଭିଜନ ବିଜୁ ପଟ୍ଟନାୟକ ଆୱାର୍ଡ ସହ ନଗଦ ରାଶି ୫ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରିଥିଲେ । ବିଶ୍ୱଜିତ ଦୀର୍ଘ ୫ ବର୍ଷ ଧରି ବନ୍ୟଜନ୍ତୁ ଏବଂ ଜଙ୍ଗଲ ସମ୍ପଦର ସୁରକ୍ଷା କରିଆସୁଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‌ ଜିତେନ୍ଦ୍ର ସାହୁ, ଅଜିତ ବିଶି, ଜିଆଈ ଟିଏମ୍‌ ଅଧ୍ୟାପକ ସୁଧୀର କୁମାର ମିଶ୍ର, ବନ୍ୟଜନ୍ତୁ ସୁରକ୍ଷା ସମିତିର ସମସ୍ତ ସଭ୍ୟ, ଏଜେୱାଇଷ୍ଟାଫ୍‌, ସମସ୍ତ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଉପସ୍ଥିତ ଥିଲେ । ଏଥିରେ ବିଶ୍ୱଜିତଙ୍କ ସଫଳତାଙ୍କୁ ନେଇ ଗଣ୍ଡପତ୍ରାପାଲି ସରପଞ୍ଚ ମନେଶ ସୁନା, ସମିତି ସଭ୍ୟା ଅମ୍ରିତା ଦୀପ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

two × three =