କାର୍ଯ୍ୟରତ ପୁଲିସ କର୍ମଚାରୀ ମୀନକେତନ ବୁଡ଼େକଙ୍କ ଅକାଳ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି (କନ୍ଧପାଲି)ପଡ଼ାର ପୁଲିସ କର୍ମଚାରୀ ମୀନକେତନ ବୁଡ଼େକ ଓରଫ ଶ୍ୟାମ(୩୪)ଙ୍କ ଗତ ଗୁରୁବାର ରାତିରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଶ୍ରୀ ବୁଡ଼େକ କୋରାପୁଟ ଜିଲ୍ଲାରେ ଫାଷ୍ଟ ଆଇଆରବିଏନ ସିପାହୀ ଭାବେ କାମ କରୁଥିଲେ । କିଛି ଦିନ ହେଲା ସେ ଅସୁସ୍ଥ ହୋଇଥିବାରୁ ନିଜ ବାସ ଭବନ ଦେଓଗାଁ କଛାରପାଲି (କନ୍ଧପାଲି)ପଡ଼ାରେ ରହୁଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ଶୁକ୍ରବାର ଅପରାହ୍ନ ସାଢ଼େ ୪ଟା ସମୟରେ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ସହ ବଲାଙ୍ଗିର ଜିଲ୍ଲା ପୁଲିସ ପକ୍ଷରୁ ଦେଓଗାଁ ଥାନା ଜରିଆରେ ଶବ ଉପରେ ପୁଷ୍ପମାଲ୍ୟ ଦେଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ବଡ଼ ଭାଇ ଘନଶ୍ୟାମ ମୂଖାଗ୍ନୀ ଦେଇଥିଲେ । ମୀନକେତନଙ୍କ ପରଲୋକ ପରେ ଦେଓଗାଁ ସହ ପାଖଆଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

two × one =