om academy

ଶିକ୍ଷକ ସଂଜୀବ ମିଶ୍ର ଆଉ ନାହାନ୍ତି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ୍‌ର ପ୍ରାଥମିକ ଶିକ୍ଷକ ସଂଜୀବ ମିଶ୍ର(୪୫) ଆଉ ନାହାନ୍ତି । ଆଜି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଛି । ବଲାଙ୍ଗିର ସହରର ରାଜୀବ ନଗରରେ ରହୁଥିବା ଏହି ଯୁବ ଶିକ୍ଷକ ଜଣକ ବେଶ୍‌ ଲୋକପ୍ରିୟ ଥିବା ବେଳେ ତାଙ୍କ ପରଲୋକରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କ ଜ୍ୟେଷ୍ଠପୁତ୍ର ଶୋଭନ୍‌ ମୁଖାଗ୍ନି ଦେଇଥିବା ଖବରରେ କୁହାଯାଇଛି । ମିଷ୍ଟଭାଷୀ, ପରୋପକାରୀ ତଥା ଛାତ୍ରବତ୍ସଳ ଶିକ୍ଷକ ସଂଜୀବଙ୍କୁ ହରାଇ ଶିକ୍ଷକ ଜଗତ ଜଣେ ଆଦର୍ଶ ମଣିଷଙ୍କୁ ହରାଇଲା ବୋଲି ଶିକ୍ଷକ ଜଗତରେ ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ କୁମାର ଖମାରୀ ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସତ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.