ଝରେଇବାହାଲି ରଘୁନାଥ ମଠ ହନୁମାନ ମନ୍ଦିରରେ ଚବିଶ ଜଣ ବାଳକଙ୍କ ସାମୂହିକ ବ୍ରତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ୍ ଅନ୍ତର୍ଗତ ଝରେଇବାହାଲି ରଘୁନାଥ ମଠ ହନୁମାନ ମନ୍ଦିରରେ ମହାରାଜ ବଳରାମ ଦାଶଜୀ ମହାରାଜଙ୍କ ତତ୍ୱାବଧାନରେ ଚବିଶ ଜଣ ବାଳକଙ୍କ ଏକା ସାଂଗରେ ସାମୂହିକ ବ୍ରତ କରାଯାଇଅଛି । ଦୀର୍ଘ ଦଶ ବାର ବର୍ଷ ହେବ ଏହି ରଘୁନାଥ ମଠ ହନୁମାନ ମନ୍ଦିରରେ ସାମୂହିକ ବ୍ରତ ପାଳନ କରାଯାଉଅଛି । ଅଦ୍ୟାବଧି ତିନିଶହ ପାଖାପାଖି ବ୍ରତ ହୋଇ ସାରିଲାଣି । ତା ସହିତ ସପ୍ତାହ ଭାଗବତ ପଠନ, ସାଧୁସନ୍ଥ ସମାବେଶ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଦୁର ଦୁରାନ୍ତରୁ ଜନସମାଗମ ହୋଇଥିଲା । ଏହି ମହତ କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଳରେ ପ୍ରସଂସା କରାଯାଉଥିଲା । ସାମୂହିକ ବ୍ରତ ହେବା ଦ୍ୱାରା ଅନେକ ବ୍ୟକ୍ତି ସ୍ୱଳ୍ପ ରୋଜଗାର କରୁଥିବା ବ୍ରାହ୍ମଣ ଜାତିର ମଂଗଳ ହେବା ସହ ବେସାହାରା ପିଲା ମାନଙ୍କର ମଧ୍ୟ କମ୍‌ ଖର୍ଚ୍ଚରେ ହୋଇ ପାରୁଛି ବୋଲି ସମସ୍ତେ ଆଲୋଚନା କରୁଥିଲେ ଓ ମହାରାଜଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

three × two =