jayashree

ଓକେସିଏଲ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାର ମିଳିତ ବାର୍ଷିକ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓକେସିଏଲ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାର ମିଳିତ ବାର୍ଷିକ ସମ୍ମିଳନୀ ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ସ୍ମାରକୀ ରିଡିଂ ରୁମ୍ ପରିସରରେ ଗତ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍‌. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳ ମୁଖ୍ୟଅତିଥି ଭାବେ ଓ ଆଞ୍ଚଳିକ ପରିଚାଳିକା ଇପ୍ସିତା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଏବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଶିକ୍ଷଣ ପାଇଁ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ବିଶ୍ଵାସଭାଜନ ହୋଇ ପାରିଛି । ଏଣୁ ସମସ୍ତ ନେଟୱର୍କ ଅଂଶୀଦାରମାନେ ନୂତନ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଏବଂ ଓକେସିଏଲ୍‌ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ପାଠ୍ୟକ୍ରମ ଗୁଡ଼ିକୁ ତୃଣମୂଳ ସ୍ତରରେ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚାଇବାକୁ ଯୋଜନା କରିବାକୁ ଶ୍ରୀ ପୁଥାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ ୨୦୨୫ ମସିହାରେ ଭଲ ପ୍ରଦର୍ଶନ କରିଥିବା ଅଂଶୀଦାର କେନ୍ଦ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏକ ଦଶନ୍ଧି ପୂର୍ବେ ଡଃ ମନୋରଞ୍ଜନ ପୁଥାଳ ଓକେସିଏଲ୍‌ର ଦାୟିତ୍ଵ ନେବା ସମୟରେ ବାର୍ଷିକ ଦଶ ହଜାର ଛାତ୍ରଛାତ୍ରୀ ଓକେସିଏଲ ର ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଥିବା ବେଳେ ୨୦୨୬ ବର୍ଷର ପ୍ରଥମ ଆଠ ମାସ ମଧ୍ୟରେ ଏକ ଲକ୍ଷ ଛାତ୍ରଛାତ୍ରୀ ପାଠ୍ୟକ୍ରମ ସହ ଯୋଡ଼ି ହୋଇ ଯେଉଁ ଐତିହାସିକ ସଫଳତା ହାସଲ କରିଛି ଏଥିପାଇଁ ସେମାନଙ୍କ ଅବଦାନ ପାଇଁ ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳ ଓ ଆଞ୍ଚଳିକ ପରିଚାଳିକା ଇପ୍ସିତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓକେସିଏଲ୍‌ର ଗଜପତି ଜିଲ୍ଲା ମୂଖ୍ୟ ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.