csstore

ମଣ୍ଡଳ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ : ସନାତନ ଧର୍ମୀୟ, ସଂସ୍କୃତିର ସୁରକ୍ଷା ଲାଗି ଆହ୍ୱାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ରାମେଶ୍ୱର ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆର୍‌ଏସ୍ଏସ୍) ପକ୍ଷରୁ ମଣ୍ଡଳ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମୁହିକ ହନୁମାନ ଚାଳିଶା ପାଠ ସହ ଗାୟତ୍ରୀ ଯଜ୍ଞ ପରେ ପରେ ଟିକେଶ୍ୱର ବେହେରାଙ୍କ ସଂଯୋଜନାରେ ଏକ ଧର୍ମସଭା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଆର୍‌ଏସ୍ଏସ୍‌ ପୂର୍ବ ପ୍ରାନ୍ତ ସଂଘର ବିଭାଗ ପ୍ରମୁଖ ମନୋରଞ୍ଜନ ପ୍ରଧାନ ଯୋଗ ଦେଇ ହିନ୍ଦୁମାନେ ଏକାଠି ହୋଇ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବା ସହ ହିନ୍ଦୁ ସମାଜର ଏକତା, ସନାତନ ଧର୍ମୀୟ ଓ ସଂସ୍କୃତି ମୂଲ୍ୟବୋଧର ସୁରକ୍ଷା ହିଁ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ । ଏଥିରେ ବାଲିଗୁଡା ମଣ୍ଡଳ ର ଶତାଧିକ ହିନ୍ଦୁ ପ୍ରେମୀ ଯୋଗ ଦେଇଥିଲେ । ଖଣ୍ଡ କାର୍ଯ୍ୟବାହ ଅନନ୍ତ କୁମାର ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କାଳିନ୍ଦୀ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.