csstore

ନୂଆଦିଲ୍ଲୀରେ ବଡ ଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି)ର ସଭାପତି ତଥା ଜୟଦେବ ପୁରଷ୍କାରପ୍ରାପ୍ତ ବଡ ଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ଅଲ୍‌ ଇଣ୍ଡିଆ କନଫରେନ୍ସିରେ ଏକ ବିରାଟ ଭବ୍ୟ ସମାବେଶରେ ଏହି ପୁରଷ୍କାରରେ ବଡ଼ ଦାସୁଡୁ ଶ୍ରୀ ରେଡ୍ଡୀ ସମ୍ମାନିତ ହୋଇଛନ୍ତି । ବହୁଜନ ସାହିତ୍ୟ ଏକାଡେମୀର ଜାତୀୟ ସଭାପତି ନାର୍ଲା ରାଧାକ୍ରିଷ୍ଣା ଏବଂ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଠାରୁ ଏହି ପୁରସ୍କାର ପାଇଛନ୍ତି । ଦାସୁଡୁ ଶ୍ରୀ ରେଡ୍ଡୀ ରାଜ୍ୟ ସମ୍ପାଦକ ଭାବେ ନୃତ୍ୟଗୁରୁ ଶ୍ରୀ ରେଡ୍ଡୀଙ୍କୁ ମଧ୍ୟ ମନୋନୀତ କରାଯାଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବହୁ ଆଧ୍ୟାତ୍ମିକ କଳା ସଂଗଠନର କର୍ମକର୍ତ୍ତା ଓ ନୃତ୍ୟ କଳାକାର ଏବଂ ଛତ୍ରପୁରବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି । ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କଳାକୃତ୍ୟ ପରିବେଷଣ କରି ଜିଲ୍ଲା ଓ ରାଜ୍ୟସ୍ତରରୁ ବହୁ ପୁରଷ୍କାର ଆଣିଛନ୍ତି । ତେଣୁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଓ ତାଙ୍କର ଦୀର୍ଘ ନିରାମୟ କାମନା କରିଛନ୍ତି ।

jayashree
Leave A Reply

Your email address will not be published.