p purohi

ଓଡ଼ିଶା ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ଶ୍ରେଷ୍ଠ ଚାଷୀ ସମ୍ମାନ

dr. purohit

ଜୟପାଟଣା, (ଶେଷଦେବ ବେହେରା) : ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ସହରର ବରିଷ୍ଠ ଚାଷୀ ବିକ୍ରମ କୁମାର ଯୋଶୀଙ୍କୁ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବରେ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ସରକାରଙ୍କ ଲୋକ ସେବା ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସହଭାଗୀ ଜଳ ସେଚନ ପରିଚାଳନାରେ ସେଚ ଜଳର ସୁଷମ ଉପଯୋଗ ପୂର୍ବକ ଉତ୍ତମ ଫସଲ ଉପୂଜାଇ ଥିବା ସାଙ୍ଗକୁ ଗୋ ପାଳନ, ପନିପରିବା, ଫଳଗଛ, ମତ୍ସ୍ୟଚାଷ, ଧାନ ଆଦିକୁ ସଫଳତାର ସହ ପରିଚାଳନା କରିଥିବା ହେତୁ ଚଳିତ ୨୫/୨୬ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭବରେ ପୁରସ୍କୃତ ହୋଇଥିବା ସୂଚନା ମିଳିଛି । ଉକ୍ତ ସମାରୋହରେ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ପାଣି ପଞ୍ଚାୟତ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.