csstore

ବିଦାୟକାଳୀନ ସମ୍ବନ୍ଧନା ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଶନିବାର ଦିନ ପ୍ରାୟ ୧୧ଟା ସମୟରେ ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରାମର ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ବେହେରାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏବଂ ନୂତନ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ହେମନ୍ତ କୁମାର ମେହେର, ମାଳନ ଆବିଦ୍, ଅର୍ଜୁନ ଧରୁଆ, ରାହୁଳ ମିଶ୍ର, ଯଶୋବନ୍ତ ତାଣ୍ଡି, ଆଶିଷ କୁମାର ବେହେରା, ଶିକ୍ଷୟିତ୍ରୀ କୁମଦିନୀ ମେହେର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର ମେହେର, ସଦସ୍ୟ ଆରମାନ ଖାଁ, ରସିକ ବରିହା, ରାଜେନ୍ଦ୍ର ମେହେର, ସେବକ ରଣା, ପର୍ଯ୍ୟନ୍ତ ଆନ୍ମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସିଆର୍‌ସିସି ଗୁରୁ ପ୍ରସାଦ ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.