pakka

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ହସପିଟାଲରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ଭବାନୀ ବାଳା ନନ୍ଦଙ୍କ ଆଜି ସଫଳତାର ସହ ଦୀର୍ଘ ୩୭ ବର୍ଷର ଚାକିରୀ କାଳ ସମାପ୍ତ ହୋଇଛି । ଏହି ଅବସରରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପକ୍ଷରୁ ହସପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ମାନସୀ ପଣ୍ଡାଙ୍କ ଉପସ୍ଥିତିରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁପରିଟେଣ୍ଡେଣ୍ଟଙ୍କ ସହ ହସ୍ପିଟାଲ ପ୍ରଶାସନିକ ଅଧିକାରୀ ଜୟଶ୍ରୀ ପାଢୀ, ସହକର୍ମୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ତାଙ୍କ ନିରାମୟ ଜୀବନ କାମନା କରିଛନ୍ତି ।

pp
Leave A Reply

Your email address will not be published.

4 × 1 =